www.samajalive.in
Sunday, December 7, 2025
26.1 C
Bhubaneswar

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର     

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ସୀମାନ୍ତ ଢୁଷଗୁଡାସ୍ଥିତ ରେତ୍ ନଦୀ ଡ୍ୟାମରେ ବୁଡ଼ି ନିଖୋଜ ଥିବା କଲେଜ ଛାତ୍ରଙ୍କ ମୃତଦେହ ୨୪ ଘଣ୍ଟା ପରେ ଗୁରୁବାର ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷରେ ମୃତଦେହ ଉଦ୍ଧାର କରିବାରେ ବିଳମ୍ବ ହେବା ଓ ନିଖୋଜ ଛାତ୍ରଙ୍କ ସାଙ୍ଗରେ ଆସିଥିବା ଛାତ୍ରଛାତ୍ରୀଙ୍କୁ ପୁଲିସ ଛାଡ଼ି ଦେଇଥିବାରୁ ଉତ୍ୟକ୍ତ ପରିବାର ଲୋକେ ଛତିକୁଡ଼ା ଛକରେ ତିନିଘଣ୍ଟା ଧରି ରାସ୍ତାରୋକ କରିଥିଲେ। ଏଥିଯୋଗୁଁ ଭବାନୀପାଟଣାରୁ ରାୟଗଡ଼ା ଓ ମଦନପୁର ରାମପୁର ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଥିଲା। ଏହି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ଦ୍ବାରା ଗତକାଲି ସନ୍ଧ୍ୟାରେ ବନ୍ଦ ଥିବା ଉଦ୍ଧାର କାର୍ଯ୍ୟ ଆଜି ପୁଣି ଆରମ୍ଭ ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହେବାରୁ ବନ୍ଦ ଥିବା ଉଦ୍ଧାର କାର୍ଯ୍ୟ ଆଜି ପୁଣି ଆରମ୍ଭ କରାଯାଇଥିବା ବେଳେ ନିଖୋଜ ହେବାର ୨୪ ଘଣ୍ଟା ପରେ ଆଜି ଦିନ ୧୧.୩୦ ସମୟରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମୟରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories