ଲାଞ୍ଜିଗଡ଼,୨୭ା୦୯(ନି.ପ୍ର)-କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ଗୋଟି କୃଷି ଆଇନକୁ ବିରୋଦ୍ଧ କରି ବଭିନ୍ନ ଦଳ ଓ ସଂଙ୍ଗଠନ ପକ୍ଷରୁ ଆଜି ସାରା ଭାରତରେ ବନ୍ଦ ପାଳନ କରାଯାଇଥିବା ବେଳେ ଆଜି ଲାଞ୍ଜିଗଡ ବ୍ଲକରେ ମଧ୍ୟ ବନ୍ଦ ସଫଳ ହେବା ଦେଖିବାକୁ ମିଳିଛି। ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର,ଲାଞ୍ଜିଗଡରୋଡ ଓ ଘାଟି ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବିଶ୍ୱନାଥପୁର ଠାରେ ବ୍ଲକ କଂଗ୍ରେସ ସଭାପତି ହରିହର କୁମାର ବ୍ଲକ ସିପିଆଇଏମ୍ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ନେତୃତ୍ୱରେ ବିଜେପୁର ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା। ଲାଞ୍ଜିଗଡ ସ୍ଥିତ ବେଦାନ୍ତ କାରଖାନାର ମୂଖ୍ୟ ଫାଟକ ବନ୍ଦଥିବା ଦେଖିବାକୁ ମିଳିଥିଲା। ଆଜି ସକାଳୁ ଶ୍ରମିକ ସଂଘ ସଭାପତି ସଞ୍ଜିବ ପେସନିଆ ଓ ସଂଘର ଅନ୍ୟ କର୍ମକର୍ତ୍ତାମାନେ ଲାଞ୍ଜିଗଡ ସହରରେ ପିକେଟିଙ୍ଗ କରି ଦୋକାନ ବଜାର ବନ୍ଦ କରିଥିଲେ। ବେଦାନ୍ତ ମୂଖ୍ୟ ଫାଟକ ବନ୍ଦ ହେବା ପରେ କୌଣସି କର୍ମଚାରି କି ଶ୍ରମିକ ଭିତରକୁ ଯାଇପାରିନଥିଲେ। କିନ୍ତୁ କମ୍ପାନୀ କତୃପକ୍ଷ ଏହି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରିଙ୍କୁ ଭୋର ସକାଳୁ ୫ଟାରେ କାର୍ଯ୍ୟରେ ଯୋଗ ଦେବାପାଇଁ ନିର୍ଦ୍ଧେଶ ଦେଇଥିଲେ। ଏହି ନିର୍ଦ୍ଧେକୁ ଖିଲାପକରି କିଛି ଅଫିସର ଓ କର୍ମଚାରୀ ସମୟରେ ନ ପହଞ୍ଚି ହରଡ ଘଣାରେ ପଡିଥିଲେ। ଏହି ବନ୍ଦରେ ଜାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଗାଡି ଚଳାଚଳ ନଥିବାରୁ ଯାତ୍ରୀମାନେ ନାହି ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ।
Popular Categories



