www.samajalive.in
Monday, December 15, 2025
26.1 C
Bhubaneswar

ସବୁ ଆକଳନ ଭୁଲ୍, ପ୍ରଥମେ କାକିନାଡା, ପରେ ଅମଲାପୁରମ୍, ଶେଷରେ ନରସାପୁର

ଅମଲାପୁରମ ନୁହେଁ, ନରସାପୁରେ ସ୍ଥଳଭାଗ ଛୁଁଇଲା ମନ୍ଥା । ପାଣିପାଗ ବିଭାଗର ଶେଷ ଖବର ଅନୁସାରେ ମଙ୍ଗଳବାର ରାତି ପ୍ରାୟ ୭ଟାରେ ମଛଲିପଟନମ୍‌-କଳିଙ୍ଗପଟନମ୍‌ ମଧ୍ୟରେ କାକିନାଡ଼ା ଦକ୍ଷିଣ ଦିଗକୁ ନର୍ସାପୁରମ୍‌ଠାରେ ସ୍ଥଳଭାଗ ଛୁଇଁଛି । ରାତି ପ୍ରାୟ ଏଗାରଟା ତିରିଶ ମିନିଟରୁ ବାରଟା ତିରିଶ ମିନିଟ ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିଲା । ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପାଖାପାଖି ୫ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିଲା । ମନ୍ଥା ପ୍ରଭାବରେ ମଛଲିପଟନମ୍‌, କାକିନାଡ଼ା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ଉଲାଭାପାଡୁ, ନେଲୋର ଅଞ୍ଚଳରେ ପ୍ରବଳ ବର୍ଷା ପବନ ଲାଗିରହିଛି । ତେବେ ବାତ୍ୟା ମନ୍ଥା ନେଇ ପାଣିପାଗ ବିଭାଗ ଓ ବିଶେଷଜ୍ଞମାନେ ଯାହା ସବୁ ଆକଳନ କରିଥିଲେ ତାହା ଭୁଲ୍ ପ୍ରମାଣିତ ହୋଇଛି । ପ୍ରତି ଘଣ୍ଟାରେ ନିଜର କାୟା ଓ ସ୍ଥିତି ବଦାଇ ଥିଲା ମନ୍ଥା ।

ମଙ୍ଗଳବାର ସକାଳେ ଘଣ୍ଟାପ୍ରତି ୧୫ କିମି ବେଗରେ ମାଡ଼ି ଆସୁଥିବା ‘ମୋନ୍ଥା’ ଅପରାହ୍ଣ ବେଳକୁ ହଠାତ୍‌ ମନ୍ଥର ହୋଇ ଯାଇଥିଲା । ଘୂର୍ଣ୍ଣିଝଡ଼ ମନ୍ଥା ହଠାତ୍ ଉପକୂଳ ନିକଟରେ ଦୁର୍ବଳ ହୋଇଗଲା । କାରଣ ବାତ୍ୟା ମଧ୍ୟରେ ଥଣ୍ଡା ପାଣି ପ୍ରବେଶ କରିଥିଲା ଏବଂ ବାୟୁ ସୁପ୍ତ ଉତ୍ତାପ ମୁକ୍ତ ହୋଇଥିଲା, ଫଳରେ ସମୁଦ୍ର ଜଳ ଉପଯୁକ୍ତ ତାପମାତ୍ରା ବଜାୟ ରଖିବା ପାଇଁ ଯଥେଷ୍ଟ ହେଲା ନାହିଁ । ଏହାପରେ ଗତ ତିନି ଘଣ୍ଟା ମଧ୍ୟରେ ମେଘ ପଶ୍ଚିମ ଦିଗକୁ ଗତି କରୁଛି ଏବଂ ଆନ୍ଧ୍ର ପ୍ରଦେଶ ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ ସ୍ପଷ୍ଟ ହେଉଛି। ତେଣୁ, ଆଜିଠାରୁ ଅକ୍ଟୋବର 30 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଦକ୍ଷିଣ ଏବଂ ପଶ୍ଚିମ ଅଂଶ ସମେତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ତଥାପି, ଏହି ସମୟ ମଧ୍ୟରେ ପ୍ରବଳ ଝଡ଼ବର୍ଷା ହୋଇପାରେ। ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସନ୍ତାକାଲି ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

- Advertisement -

 

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories