www.samajalive.in
Sunday, December 7, 2025
14.1 C
Bhubaneswar

ହସ୍ପିଟାଲରୁ ବାହାରିଲେ ଲାଲୁ

ମୁମ୍ବଇ : ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶନିବାର ଡିସଚାର୍ଜ (ମୁକ୍ତ) କରାଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ପରେ ଲାଲୁ ପାଟନା ଯାଇଥିଲେ। ଛାତିରେ ଯନ୍ତ୍ରଣା ଓ ହିମୋଗ୍ଲୋବିନ କମ୍‍ ରହିବା ନେଇ ସୋମବାର ଠାରୁ ଲାଲୁ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ୍‍ରେ ଭର୍ତ୍ତି ହୋଇଥିଲେ। ଏହା ପୂର୍ବରୁ ଜୁନ୍‍ ୧୯ରେ ମଧ୍ୟ ସେ ଏହି ହସ୍ପିଟାଲରେ କିଛି ଦିନ ପାଇଁ ଭର୍ତ୍ତି ହୋଇଥିଲେ। ଏହା ସହିତ ରିମ୍ସ ଓ ଏମ୍ସରେ ମଧ୍ୟ ଲାଲୁ ଚିକିତ୍ସିତ ହୋଇଥିଲେ। ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ବିଭିନ୍ନ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଏବେ ଜାମିନରେ ଅଛନ୍ତି। ଅସୁସ୍ଥତା ପାଇଁ ରାଞ୍ଚି ହାଇକୋର୍ଟ ତାଙ୍କୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ଜାମିନ ଦେଇଥିଲେ। ଜାମିନ ଅବଧି ବଢାଇବା ପାଇଁ ସେ ପୁନର୍ବାର ଆବେଦନ କରିଥିବାବେଳେ ଶୁକ୍ରବାର ଏହାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ତାଙ୍କୁ ଅଗଷ୍ଟ ୩୦ ସୁଦ୍ଧା ଜେଲ୍‍ରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories