www.samajalive.in
Sunday, December 7, 2025
26.1 C
Bhubaneswar

ମାଫିଆଙ୍କ କବଜାରେ ଗୋଚର ଜମି; ପ୍ରତିବାଦ କଲେ ନାଲିଆଖି

ଲଡୁଗାଁ: ଯେଉଁ ଜମିରେ ଦିନେ ଗାଈଗୋରୁ ଘାସ ଚରୁଥିଲେ ସେଠି ଏବେ ନିର୍ମାଣ ହେଲାଣି ପୋଖରୀ, ପାର୍କ, ବଡ଼ ବଡ଼ କୋଠା। ଅନେକ ଗୋଚର ଜମି ଲୋକଙ୍କ ଜବରଦଖଲରେ। ଗାଈଗୋରୁଙ୍କ ଚରାବୁଲା ପାଇଁ ଗୋଚର ଜମିଗୁଡ଼ିକ ଏବେ ସରକାରୀ କାଗଜ କଲମରେ ରହିଯାଇଛି। ଚରାବୁଲା ପାଇଁ ଗୋଚର ଜମି ନଥିବାରୁ ଗାଈଗୋରୁଙ୍କୁ କେଉଁଠି ଚରାଇବେ ତାକୁ ନେଇ ଚିନ୍ତାରେ ଗୋପାଳକ। ଏମିତି ଏକ ଅଭିଯୋଗ ନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚୋରନି ଦୁଆର ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚୋରନିଦୁଆର ଗ୍ରାମରେ ଥିବା ସରକାରୀ ଗୋଚର ଜମିକୁ ଗ୍ରାମର କିଛି ମାଫିଆ ବଳ ପୂର୍ବକ ଜବରଦଖଲ କରି ଚାଷ କାର୍ଯ୍ୟ କରୁଛନ୍ତି। ଯାହାକୁ ନେଇ ଏବେ ଚିନ୍ତାରେ ଗୋପାଳକ। ଗ୍ରାମରେ ଥିବା ଗୋ ସମ୍ପଦ ଲାଳନପାଳନ ପାଇଁ ଚାରଣ ଜାଗା ନଥିବାରୁ ଗ୍ରାମର ଗୋପାଳକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାରମ୍ବାର ଜବରଦଖଲ କରି ଚାଷ କରୁଥିବା ଲୋକଙ୍କ ଅନାବାଦୀ ଗୋଚରକୁ ଖାଲି କରିବାକୁ କହିଲେ ଓଲଟା ଧମକଚମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗୁରୁବାର ଚୋରନି ଦୁଆର ଗ୍ରାମର ହିମାଞ୍ଚଳ ପୁଝାରୀ, ଥବିର ଗୋପାଲ, ରାମେଶ୍ୱର ପୋଟା, ନରେନ୍ଦ୍ର ଗୋପାଳ, ଜଳନ୍ଧର ପଟେଲ, ଗଣେଶ ଚନ୍ଦ୍ର ବାଗଙ୍କ ସମେତ ଅଞ୍ଚଳବାସୀ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ସରକାରୀ ଅନାବାଦୀ ଗୋଚର ଜମି ଉଚ୍ଛେଦ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି।

କେବଳ ସେହି ଚୋରନିଦ୍ଵାର ଗ୍ରାମରେ ମାଫିଆ ଗୋଚର ଜମିଗୁଡ଼ିକୁ ଜବରଦଖଲରେ ରଖିଛନ୍ତି ତାହାନୁହେଁ। କୋକସରା ବିଭିନ୍ନ ଅଞ୍ଚଳରେ ଶହ ଶହ ଏକର ଗୋଚର ଜମି ରହିଛି ଯାହାକୁ ମୁଷ୍ଟିମେୟ ଦଖଲ କରି ରଖିଛନ୍ତି। ଏଠି ସେଠି ସବୁଠି ଲୋକେ ବେଆଇନ ଭାବେ ଗୋଚର ଜମିକୁ ଜବର ଦଖଲ କରି କିଏ ପୋଖରୀ ଖୋଳି ମାଛ ଚାଷ କରୁଛି ତ କିଏ ଘର ତିଆରି କରି ରହୁଛି। ଏତେ ପରିମାଣରେ ଗୋଚର ଜମି ଥାଇ ମଧ୍ୟ ଆଜି ଗୋପାଳକମାନେ ନିଜ ଗାଈ ଗୋରୁଙ୍କୁ ଚାରଣ କରାଇ ପାରୁନାହାନ୍ତି। ଯାହାଫଳରେ ରଖିଥିବା ଗାଈଗୋରୁ ବାହାର ରାଜ୍ୟକୁ ଚାଲାଣ ହୁଏ। ତେବେ କୋକସରା ତହସିଲ ଅଧିନରେ ଥିବା ଗୋଚର ଜମିଗୁଡ଼ିକୁ ଖୁବଶୀଘ୍ର ଚିହ୍ନଟ କରିବା ସହ ଦଖଲକାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ଅଭିଯୋଗ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଦେବବ୍ରତ କରାଟି ସୂଚନା ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories