www.samajalive.in
Sunday, December 7, 2025
23.1 C
Bhubaneswar

ମଦକୋଠି ଭାଙ୍ଗିଲେ, ଥାନାରେ ଅଭିଯୋଗ କଲେ ମହିଳା ସଂଘ ଓ ଗ୍ରାମବାସୀ

ଲଡୁଗାଁ: କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ହେବ ଗାଁରେ ବେଆଇନ ଭାବେ ମଦ କୋଠି ଖୋଲି ଗାଁର ପରିବେଶକୁ ନଷ୍ଟ କରିଛନ୍ତି। ଗାଁର ଯୁବକ, ଖଟିଖିଆ ଓ ଗରିବ ଶ୍ରେଣୀର ଲୋକଙ୍କୁ ମଦ ବିକ୍ରି କରି ଘରେ ଘରେ ଅଶାନ୍ତି ବାତାବରଣ ସୃଷ୍ଟି କରି ପଥଭ୍ରଷ୍ଟ କରି ଆସୁଥିଲେ। ଏହାକୁ ବିରୋଧ କରି ଆସୁଥିଲେ ଗ୍ରାମର ମହିଳା ସଂଘ। ଅନେକ ସମୟରେ ମଦ କୋଠି ବନ୍ଦ କରିବାକୁ ଚେତାବନୀ ଦେବା ସତ୍ତ୍ବେ ମଦ କୋଠି ବନ୍ଦ ନ କରିବାରୁ ଗ୍ରାମର ମହିଳା ସଂଘ ଓ ସଚେତନ ନାଗରିକମାନେ ମଙ୍ଗଳବାର ମଦ କୋଠିରେ ପହଞ୍ଚି ଦେଶୀ ବିଦେଶୀ ମଦକୁ ନଷ୍ଟ କରିଥିଲେ। ବୁଧବାର ଗ୍ରାମର ମହିଳା ସଂଘ ଓ ଗ୍ରାମବାସୀ କୋକସରା ଥାନାକୁ ଆସି ମଦ କୋଠି ବନ୍ଦ କରିବାକୁ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories