www.samajalive.in
Monday, December 15, 2025
26.1 C
Bhubaneswar

ଟ୍ରାକ୍ଟର ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ

ଲଡୁଗାଁ: ଅନେକ ଦିନରୁ ରାସ୍ତା ପାଇଁ ଦାବି ହୋଇ ଆସୁଥିଲା। ଦୀର୍ଘଦିନ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ତିଆରି ମଧ୍ୟ ହେଲା। ହେଲେ ଯେଉଁ ଉଦ୍ଦେଶ୍ୟ ରଖି ଯାହା ସ୍ୱାର୍ଥରେ ଏହା ନିର୍ମିତ ହୋଇଛି ସେମାନଙ୍କ ପାଇଁ ତାହା ମରଣଯନ୍ତା ସଦୃଶ ଉଭା ହୋଇଛି । ଅଭିଯୋଗ ଅନୁସାରେ, କୋକସରା ବ୍ଲକ ତୁନଗାଁଠାରୁ ଚିକିଲି ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଟ୍ରାକ୍ଟର ଯିବା ଆସିବା ଯୋଗୁ ଖରାପ ହେବା ସହ ରାସ୍ତା ଉପରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ କାଦୁଅର ଏକ ଆସ୍ତରଣ ଜମିଯାଇଛି। ଟ୍ରାକ୍ଟର ଚକରୁ ପଡ଼ୁଥିବା ବଡ଼ ବଡ଼ କାଦୁଅ ଚକଡ଼ା ଦୁର୍ଘଟଣାର କାରଣ ସାଜିଛି । ଜଣା ପଡୁନି ଏହା ମେଟାଲ ମୋରମ ରାସ୍ତା ନା ପ୍ରଧାନମନ୍ତ୍ରୀ ରାସ୍ତା । ଏହାସହ ଅନେକେ ଏଥିଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିବାବେଳେ ମରଣ ମୁହଁରୁ ବଞ୍ଚିଥିବା ପ୍ରକାଶ କରିଛନ୍ତି। କେହି କିଛି ନ କହିବା ଓ ସରକାରୀସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯୋଗୁ ଏଭଳି ଅମାନିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories