www.samajalive.in
Saturday, December 13, 2025
21.1 C
Bhubaneswar

ଲା ନିନା ପ୍ରଭାବ: ଚଳିତ ବର୍ଷ ଶୀତରେ ଥରିବ ଉତ୍ତର ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ଶୀତ ଋତୁରେ ଉତ୍ତର ଭାରତରେ ଭୀଷଣ ଥଣ୍ଡା ଅନୁଭୂତ ହେବ । ସମଗ୍ର ଉତ୍ତର ଭାରତ ହାଡଭଙ୍ଗା ଶୀତରେ ଥରିବ । ଲା ନିନା ପ୍ରଭାବରେ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଆଞ୍ଚଳିକ ପାଣିପାଗ ସଂସ୍ଥାଗୁଡିକ ପକ୍ଷରୁ ଅନୁମାନ କରାଯାଇଛି । ସାଧାରଣତଃ ବାୟୁସ୍ରୋତର ପ୍ରବାହ ଉପରେ ଲା ନିନା ପ୍ରଭାବ ପଡିଲେ ତାପମାତ୍ରା ସ୍ୱାଭାବିକ ସ୍ତରଠାରୁ ହ୍ରାସ ପାଇଥାଏ । ତେଣୁ ଏହାର ପ୍ରଭାବରେ ଆଗାମୀ କିଛିମାସ ମଧ୍ୟରେ ଉତ୍ତର ଭାରତ ସମେତ ଅନ୍ୟାନ୍ୟ କେତେକ ସ୍ଥାନରେ ଭୀଷଣ ଥଣ୍ଡା ଅନୁଭୂତ ହେବା ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଦେଶର କିଛି ଅଞ୍ଚଳରେ ମାତ୍ରାଧିକ ଗରମ ଅନୁଭୂତ ହୋଇଥିବା ରେକର୍ଡ କରାଯାଇଛି । ଜଳବାୟୁ ପରିବର୍ତ୍ତନକୁ ଏଥିପାଇଁ ଦାୟୀ କରାଯାଇଛି । ପାଣିପାଗ ବିଜ୍ଞାନୀମାନେ ଅନୁମାନ କରିଛନ୍ତି ଯେ ଭାରତର ଉତ୍ତର ଭାଗରେ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସକୁ ଖସିଆସିପାରେ । ଏହା ପୂର୍ବରୁ ଅକ୍ଟୋବରରେ ଉତ୍ତର ଭାରତରେ ଅସ୍ୱାଭାବିକ ଭାବରେ ମାତ୍ରାଧିକ ବୃଷ୍ଟିପାତ ହୋଇ ତାପମାତ୍ରା ହ୍ରାସ ପାଇସାରିଥିବା ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories