www.samajalive.in
Sunday, December 7, 2025
16.1 C
Bhubaneswar

‘ଜାଜ୍ବଲ୍ୟମାନ ସୂର୍ଯ୍ୟର ଅସ୍ତ ଅଛି’

ମୁମ୍ବଇ‌: ଗୁଜରାଟର ଗାନ୍ଧୀନଗର ଆସନରୁ ବିଜେପି ସଭାପତି ଅମିତ ଶାହାଙ୍କୁ ପ୍ରାର୍ଥୀ କରାଯିବା ପରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ମାର୍ଗଦର୍ଶକ ଲାଲକୃଷ୍ଣ ଆଡ଼ୱାଣୀଙ୍କ ରାଜନୈତିକ ଜୀବନର ଆପାତତଃ ଅସ୍ତ ଘଟିଛି। ଗାନ୍ଧୀନଗର ହେଉଛି ଆଡ଼ୱାଣୀଙ୍କ ପାରମ୍ପରିକ ନିର୍ବାଚନ ମଣ୍ଡଳୀ। ଏଠାରୁ ସେ ୬ଥର କ୍ରମାଗତ ନିର୍ବାଚିତ ହୋଇଛନ୍ତି। ନରେନ୍ଦ୍ର ମୋଦୀଙ୍କ ଯୁଗ ଆରମ୍ଭ ସହିତ ଆଡ଼ୱାଣୀ ବିଜେପିର ରାଜନୈତିକ ଆକାଶରୁ କ୍ରମଶଃ ଅପସରି ଯାଉଥିଲେ। ଚଳିତ ନିର୍ବାଚନରେ ଏହି ୯୧ ବର୍ଷୀୟ ନେତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିବ କି ନାହିଁ ସେ ନେଇ ବିତର୍କ ଲାଗି ରହିଥିଲା। ଗାନ୍ଧୀ ନଗରରୁ ଦଳ ଶାହାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଏହାର ଆପାତତଃ ଅନ୍ତ ଘଟିଛି। ବିଜେପିକୁ କ୍ଷମତାସୀନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଲଢ଼ୁଆ ନେତାଙ୍କ ରାଜନୈତିକ ଜୀବନର ଅବସାନ ଘଟିଛି ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଶିବସେନା ପକ୍ଷରୁ ପ୍ରକାଶ ପାଇଥିବା ପ୍ରତିକ୍ରିୟାରେ କୁହାଯାଇଛି ଯେ ‘ପ୍ରତ୍ୟେକ ଜାଜ୍ବଲ୍ୟମାନ ସୂର୍ଯ୍ୟର ଅସ୍ତ ରହିଛି। ଆଡ଼ୱାଣୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରନ୍ତୁ ଅବା ନ କରନ୍ତୁ, ସେ ବିଜେପିର ଉତ୍ତୁଙ୍ଗ ନେତା ହୋଇ ରହିବେ। ବି​‌େ​‌ଜପି ତାଙ୍କୁ ଭୀଷ୍ମ ପିତାମହଙ୍କ ଭଳି ଅବସର ପାଇଁ ବାଧ୍ୟ କରିଛି’ ବୋଲି ଶିବସେନାର ମୁଖପତ୍ର ‘ସାମ୍‌ନା’ରେ ଉଲ୍ଲେଖ ରହିଛି। ‘ଆଡ଼ୱାଣୀଙ୍କୁ ସାମ୍ପ୍ରତିକ ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ଭାବେ ବର୍ଣ୍ଣନା କରାଯାଏ; କିନ୍ତୁ ବିଜେପିର ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ନ ରହିବା ବିସ୍ମୟକର। ଏହା ସ୍ପଷ୍ଟ କରୁଛି ଯେ ଆଡ଼ୱାଣୀ ଯୁଗର ଅବସାନ ଘଟିଛି। ଏଥିସହିତ ସଂସଦୀୟ ରାଜନୀତିରେ ଶାହାଙ୍କ ପ୍ରଥମ ଲଢ଼େଇ ଆରମ୍ଭ ହୋଇଛି’ ବୋଲି ‘ସାମ୍‌ନା’ର ସମ୍ପାଦକୀୟରେ ପ୍ରକାଶ ପାଇଛି। ୨୦୧୪ରେ ମୋଦୀ-ଶାହାଙ୍କ ଉତ୍ଥାନ ସହିତ ଆଡ଼ୱାଣୀଙ୍କ ଭଳି କିଛି ବରିଷ୍ଠ ନେତାଙ୍କୁ ‘ମାର୍ଗଦର୍ଶକ’ ଆଳରେ ବାଧ୍ୟତାମୂଳକ ବିଶ୍ରାମ ଦିଆଯାଇଥିଲା। ଅତୀତରେ ଅଟଳବିହାରୀ ବାଜପେୟୀ ଓ ଆଡ଼ୱାଣୀ ଦଳକୁ ଯେଉଁସ୍ତରକୁ ଆଣିଥିଲେ, ତାହାକୁ ଇତିହାସରେ ରଖି ମୋଦୀ-ଶାହା ଯୋଡ଼ି ବରିଷ୍ଠମାନଙ୍କୁ ସମସ୍ତ ଦାୟିତ୍ବରୁ ହଟାଇ ଦେଇଥିଲେ ଓ ଦଳରେ ସେମାନଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ବାର୍ତ୍ତା ଦେଇଥିଲେ। ଏଥିସହିତ ପାଞ୍ଚ ବର୍ଷର ଶାସନରେ ଆଡ଼ୱାଣୀଙ୍କ ଲମ୍ବା ରାଜନୈତିକ ଇନିଂସର ଅନ୍ତ ଘଟାଇବାର ସମସ୍ତ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ସକ୍ରିୟ ରାଜନୀତିରେ ରହିଲେ ହିଁ ଜଣେ ନେତାଙ୍କର ଗୁରୁତ୍ବ ପ୍ରତିପାଦିତ ହୋଇଥାଏ; ଆଡ଼ୱାଣୀ ଏହାର ଦୃଷ୍ଟାନ୍ତ ମାତ୍ର। ୧୯୯୦ରେ ଆଡ଼ୱାଣୀଙ୍କ ରଥଯାତ୍ରା ବିଜେପିକୁ କ୍ଷମତାସୀନ କରିଥିଲା। ତାଙ୍କରି ଯୋଗୁଁ ହିଁ ବିଜେପି ସାରା ଦେଶରେ ବିସ୍ତାର ଲାଭ କରିଥିଲା। ଆଡ଼ୱାଣୀଙ୍କ ଏହି ଲଢ଼େଇରୁ ବିଜେପି ଏବେ ସୁଦ୍ଧା କଡ଼ାଗଣ୍ଡା କରି ଫାଇଦା ଅସୁଲ କରୁଛି ବୋଲି ଏଥିରେ ଉଲ୍ଲେଖ ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories