କୁଟୃମାଳିରେ ଧୁମଧାମରେ ପାଳିତ ହେଲା ବର୍ଷର ପ୍ରଥମ ବାଲିଯାତ୍ରା

କଲମପୁର : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ଅଧିନ ଦୁର୍ଗମ କୁଟୃମାଳି ଗ୍ରାମରେ ଝାମୁଯାତରା ବା ବାଲିଯାତ୍ରା ଉତ୍ସବ ପାଳିତ ହୋଇଯାଇଛି । କୁଟୃମାଳି ମାଳି ପାହାଡର ଉଚ୍ଚ ସ୍ଥାନରେ ଅବସ୍ଥିତ ଏହି ଗାଁରେ ଏହା ପରମ୍ପରାଗତ ହୋଇନଥିଲେ ମଧ୍ୟ ଆଜକୁ ପ୍ରତି ବର୍ଷ ଭଳି ଦୀର୍ଘ ୨୦ ବର୍ଷ ହେବ ଏହି ଉତ୍ସବ ପାଳନ କରି ଆସୁଛନ୍ତି । ଯେଉଁଥିରେ କୁଟୃମାଳି ସମେତ ଏହି ମାଳି ଉପରେ ତଥା ଥୁଆମୂଳ ରାମପୁର, ଲାଞ୍ଜିଗଡ ବ୍ଲକ ଏବଂ ରାୟଗଡା ଜିଲ୍ଲା ସୀମାବର୍ତ୍ତୀ କାଶୀପୁର ଓ କଲ୍ୟାଣସିଂପୁର ବ୍ଲକର ଏହି ମାଳି ତଳିଆରେ ବସବାସ କରୁଥିବା ଅନେକ ଗାଁର ଶହଶହ ଲୋକ ଏହି ଉତ୍ସବରେ ସାମିଲ୍ ହୋଇ ଯାତ୍ରାଟିକୁ ଉପଭୋଗ କରିଥିଲେ। ଅଗ୍ନି ଭୈରବ ଦେବଙ୍କୁ ପୂଜାର୍ଚ୍ଚନା ପରେ ଅଗ୍ନି ଭୈରବଙ୍କ କାଳିସୀ ଲାଗିଲା ପରେ ଅଗ୍ନି ପରୀକ୍ଷା ହୋଇଥାଏ । ସମଗ୍ର ପଶ୍ଚିମ ଓଡିଶା ନୂଆଁଖାଇ ପର୍ବ ପାଳନ କରୁଥିବା ବେଳେ ଏହି ସମୟରେ ବାଲିଯାତ୍ରା ଅନୁଷ୍ଠିତ ହେବା ବର୍ଷର ପ୍ରଥମ ଝାମୁଯାତରା ବା ବାଲିଯାତ୍ରା ପାଳନ ହେଉଥିବା ଜଣାଯାଏ । ଏହି ଉତ୍ସବରେ ଆସିଥିବା ଶ୍ରଦ୍ଧାଳୁଙ୍କ ଅଧିକ ମନୋରଞ୍ଜନ ପାଇଁ ଘୁମୁରା ଏବଂ ଆଦିବାସୀ ନୃତ୍ୟ ବାଦ୍ୟ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଏହା ଥିଲା ଶାରଦୀୟ ପୂଜା ଉତ୍ସବର ଅୟମାରମ୍ଭ । ଯାହା ଶାରଦୀୟ ପୂଜା ପୂର୍ବରୁ ପ୍ରଥମ ବାଲିଯାତ୍ରା।
kalyan agarbati

Comments are closed.