www.samajalive.in
Saturday, December 13, 2025
26.1 C
Bhubaneswar

କୁଶାସିଙ୍ଗା ଜଗନ୍ନାଥ ସଡ଼କ ଅବସ୍ଥା ଶୋଚନୀୟ

ହରଭଙ୍ଗା: ହରଭଙ୍ଗା ବଜାର ସଦରମହକୁମା ଦେଇ କୁଶାସିଙ୍ଗା ଯାଇଥିବା ଜଗନ୍ନାଥ ସଡ଼କ ଅବସ୍ଥା ଭାରିଯାନ ଚଳାଚଳ ଯୋଗୁଁ ଶୋଚନୀୟ ହୋଇପଡ଼ିଛି। ପ୍ରକାଶ ଯେ, ହରଭଙ୍ଗାରୁ ଅଯୋଧ୍ୟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଦୀର୍ଘ ୭ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଏବେ ବିଭିନ୍ନ ମହାନଦୀ ବାଲିଘାଟରୁ ବାଲିବୋଝେଇ ହାଇୱା ଭଳି ଭାରିଯାନ ଚଳାଚଳ ଯୋଗୁଁ ସଡକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ତ୍ତମାନ କୁଶାସିଙ୍ଗା ବିଜୁ ସେତୁକୁ ସଂଯୋଗ କରୁଥିବା ଦୁଇପାର୍ଶ୍ବ ଆପ୍ରୋଚ ରାସ୍ତା ଭାରିଯାନ ଚଳାଚଳ ଯୋଗୁଁ ଶୋଚନୀୟ ହୋଇପଡ଼ିଛି। ଏ ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଷ୍ଟିଦେବା ସହ ଭାରିଯାନ ଚଳାଚଳ ପାଇଁ କଟକଣା ହୋଡିଂ ଲଗାଇବାକୁ ସାଧାରଣରେ ଦାବୀ ଉଠୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories