ନିର୍ବାଚନ ଲଢ଼ିବାକୁ ପଦ ଛାଡିଲେ ମିଜୋରାମ ରାଜ୍ୟପାଳ

ନୂଆଦିଲ୍ଲୀ: ମିଜୋରାମ ରାଜ୍ୟପାଳ କୁମାନାମ୍ ରାଜଶେଖରନ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଶେଖରନଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ପ୍ରଫେସର ଜଗଦୀଶ ମୁଖୀଙ୍କୁ ମିଜୋରାମର କାମଚଳା ରାଜ୍ୟପାଳ ରୂପେ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ମୁଖୀ ନୂତନ ରାଜ୍ୟପାଳ ନିଯୁକ୍ତି ହେବା ପର୍ଯ୍ୟନ୍ତ ଆସାମ ସହ ମିଜୋରାମର ରାଜ୍ୟପାଳ ଦାୟିତ୍ୱ ତୁଲାଇବେ। କେରଳ ବିଜେପିର ପୂର୍ବତନ ଅଧ୍ୟକ୍ଷ ରାଜଶେଖରନ ୨୦୧୮ ମସିହା ମେ ୨୫ରେ ମିଜୋରାମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଥିରୁଅନନ୍ତପୁରମରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ନେଇ ରାଜଶେଖରନଙ୍କ ନାମ ପ୍ରାୟତଃ ଚୂଡାନ୍ତ ହୋଇଥିବାରୁ ସେ ପଦ ଛାଡିଥିବା ଜଣ ପଡିଛି। ଏ ସମ୍ପର୍କରେ କେରଳ ବିଜେପି ଅଧ୍ୟକ୍ଷ ଶ୍ରୀଧରଣ ପିଲ୍ଲାଇ କହିଛନ୍ତି ଯେ ରାଜଶେଖରନଙ୍କ ପ୍ରତିଦ୍ୱନ୍ଦିତା ସିପିଆଇ ବିଧାୟକ ସି. ଦିବାକରଣ ଓ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ସହ ହୋଇପାରେ।