www.samajalive.in
Monday, December 8, 2025
20.1 C
Bhubaneswar

‘ଅପରାଧୀଙ୍କୁ ଗୁଳିକରି ହତ୍ୟା କର’ : କୁମାରସ୍ବାମୀ

ବେଙ୍ଗାଲୁରୁ : ନିଜର ମନ୍ତବ୍ୟକୁ ନେଇ ଅଡୁଆରେ ପଡିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ। ଜେଡିୟୁର ଜଣେ କର୍ମୀଙ୍କୁ ସୋମବାର ହତ୍ୟା କରାଯାଇଥିବାବେଳେ ହତ୍ୟାକାରୀମାନଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରିବା ଲାଗି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପୁଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସୋମବାର କୁମାରସ୍ବାମୀ ଫୋନ ମାଧ୍ୟମରେ ପୁଲିସ ଅଧିକାରୀଙ୍କୁ ଏପରି ନିର୍ଦେଶ ଦେଉଥିବାର ଅଡିଓ ପ୍ରସାରିତ ହେବା ପରେ ବିବାଦ ଦେଖାଯାଇଛି। କୁମାରସ୍ବାମୀ ଟେଲିଫୋନରେ କହିଛନ୍ତି ‘ ସେ (ପ୍ରକାଶ୦ ଜଣେ ଭଲ ଲୋକ। କିଏ ତାଙ୍କୁ ମାରିଲା ମୁଁ ଜାଣି ନାହିଁ। ହତ୍ୟାକାରୀମାନଙ୍କୁ ଦୟା ନ ଦେଖାଇ ଗୁଳି କରି ହତ୍ୟାକର। କୌଣସି ଅସୁବିଧା ହେବ ନାହିଁ।’ କୁମାରସ୍ବାମୀଙ୍କ ଏପରି ଅଡିଓକୁ କୌଣସି ସାମ୍ବାଦିକ ରେକର୍ଡ କରି ପ୍ରସାରଣ କରିବା ପରେ ବିବାଦ ଦେଖାଯାଇଛି। ତେବେ ଏପରି ପ୍ରସଙ୍ଗକୁ କୁମାରସ୍ବାମୀ ସ୍ବୀକାର କରିବା ସହିତ ଭାବପ୍ରବଣ ବସତଃ ଏପରି କହିଛନ୍ତି ବୋଲି ସଫେଇ ଦେଇଛନ୍ତି। ସୋମବାର ରାତିରେ ୪ଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ। ବ୍ୟକ୍ତିଗତ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories