www.samajalive.in
Monday, December 8, 2025
27.1 C
Bhubaneswar

ସର୍ବସାଧାରଣ ସ୍ଥାନରେ କର୍ମଚାରୀଙ୍କୁ ନମାଜ ପାଠ ମନା

ନଏଡ଼ା : ଉତ୍ତରପ୍ରଦେଶ ପୁଲିସ ନଏଡ଼ାର ସେକ୍ଟର ୫୮ସ୍ଥିତ ଏକାଧିକ ଆଇଟି କମ୍ପାନୀ ଓ ଅନ୍ୟ କାରଖାନାର ମୁସଲମାନ କର୍ମଚାରୀଙ୍କୁ ଶୁକ୍ରବାର ପ୍ରାର୍ଥନା (ନମାଜ ପାଠ) ରାସ୍ତା, ପାର୍କ କିମ୍ବା ପଡ଼ିଆରେ ନ କରି ନିକଟସ୍ଥ ମସଜିଦ ଓ ଦରଗାହ ଭଳି ସର୍ବସାଧାରଣ ସ୍ଥାନରେ କରିବା ପାଇଁ ନିର୍ଦେଶ ଦେଇଛି। ଏହି ନିର୍ଦେଶର ଅବମାନନା ହେଲେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି। ଏଭଳି ଧାର୍ମିକ କ୍ରିୟାକର୍ମ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ନ ଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। କମ୍ପାନୀ କର୍ତ୍ତୃପକ୍ଷ ଏ ସମ୍ପର୍କରେ ନିଜର ମୁସଲମାନ କର୍ମଚାରୀଙ୍କୁ ଅବଗତ କରିବା ସହ ପାର୍କରେ ନମାଜ ପାଠ ପାଇଁ ବାରଣ କରିବାକୁ କୁହାଯାଇଛି। ଯଦି କୌଣସି କର୍ମଚାରୀ ଏଥିପାଇଁ ପାର୍କକୁ ଆସନ୍ତି; ତେବେ କର୍ତ୍ତୃପକ୍ଷ ସେମାନଙ୍କୁ ଅବଗତ କରି ନ ଥିବା ଧରାଯାଇ ତାଙ୍କୁ ଦାୟୀ କରାଯିବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭିନ୍ନ କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ପୁଲିସ ଉଚ୍ଚାଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories