ନୂଆ ଓଡ଼ିଶା ଗଠନର ସଂକଳ୍ପ ହିଁ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି : ଧର୍ମେନ୍ଦ୍ର

0

ଭୁବନେଶ୍ୱର : ସାରା ବିଶ୍ୱରେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଖ୍ୟାତି ରହିଥିଲା। ଆଧୁନିକ ଭାରତ ଗଢିବାର ସେ ଥିଲେ ଅନ୍ୟତମ ବିନ୍ଧାଣୀ। ଓଡିଶା ସହ ତାଙ୍କର ସମ୍ପର୍କ ନିବିଡ଼ ରହିଥିଲା। ପ୍ରଳୟଙ୍କରୀ ମହାବାତ୍ୟା ପରେ ଓଡିଶା ଯେତେବେଳେ ଦୁସ୍ଥତି ଦେଇ ଗତି କରୁଥିଲା ଠିକ୍ ସେତିକି ବେଳେ ନୂଆ ଓଡ଼ିଶା ଗଢିବା ପାଇଁ ସେ ସକଳ୍ପ ନେଇଥିଲେ । ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହି ବାଜପେୟୀଜୀ ଚର୍ଚ୍ଚାକୁ ଆସିଥିଲେ। ଆଜି ସେହି ପୂଣ୍ୟାତ୍ମାଙ୍କ ଜୟନ୍ତୀରେ ଆସ ଆମେ ସଂକଳ୍ପ ନେବା ନୂଆଭାରତ ସହ ନୂଆ ଓଡିଶା ଗଢିବା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି।
ମଙ୍ଗଳବାର ଏଠାରେ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବାଜପେୟୀଙ୍କ ସ୍ମୁତି ଚାରଣ ଓଡିଶାର ବିକାଶ ରଥକୁ ଆଗକୁ ନେବାପାଇଁ ତାଙ୍କର ପ୍ରୟାସ ଓ ଦୂରଦୃଷ୍ଟି ଅତୁଳନୀୟ ବୋଲି କହିଥିଲେ। ସେ କହିଥିଲେ ଯେ ୯୦ ଦଶକରେ ଯେତେ​‌​‌ବଳେ କଳାହାଣ୍ଡି ଜିଲାରେ ଭୟଙ୍କର ମରୁଡି ପଡିଥିଲା ସେତେବେଳେ ସେ ଟ୍ରେନ୍ ଯୋଗେ ଓଡିଶା ଆସିଥିଲେ। ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ସେ ମଧ୍ୟ ଓଡିଶାକୁ ଆସିଥିଲେ। ପୁରୀ ଆସିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର କୂଳରେ ବେଶ ସମୟ ବିତାଉଥିଲେ। ପାରାଦ୍ୱୀପରେ ହୋଇଥିବା ଅଏଲ ରିଫାଇନାରୀ ହେଉ ଅବା ଏମସ୍ ପ୍ରତିଷ୍ଠଶନ ହେଉ ସବୁଥିରେ ଅଟଳଜୀଙ୍କ ଥିଲା ପରିକଳ୍ପନା। ସ୍ୱାଧୀନତା ପରେ ଓଡିଶାକୁ ସବୁଠୁ ବଡ ଉପହାର ତାଙ୍କ ସମୟରେ ହିଁ ମିଳିଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ ସାନ୍ତାଳୀଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା, ଓଡିଶାର ରେଳବିଭାଗର ବିକାଶ ସବୁକ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା। ଭାରତବର୍ଷରେ ଅନେକ ସରକାର ଆସଛନ୍ତି ହେଲେ ଅଟଳଜୀଙ୍କ ଶାସନ ହିଁ ଆଧୁନିକ ସଭ୍ୟତାର ନୂଆ ରୂପ ଦେଇଥିଲେ। ସେ ସୁବର୍ଣ ଚତୁର୍ଭୁଜ ରାସ୍ତାହେଉ ଅବା ଗାଁ ଗଣ୍ଡାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଯୋଡିବା ତାଙ୍କର ଥିଲା ପ୍ରୟାସ। ୨୦ ବର୍ଷ ତଳେ ରାସ୍ତା ନିର୍ମାଣରେ ଯେଉଁ ବିପ୍ଲବ ହୋଇଥିଲା ସେଥିପାଇଁ ଏବେବି ଲୋକେ ତାଙ୍କୁ ମନେ ପକାଉଛନ୍ତି। ଜନଜାତି, ଜାତି, ପଛୁଆବର୍ଗଙ୍କୁ ନେଇ ଗୋଟିଏ ବିଭାଗ ଥିବା ବେଳେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ସେ ଖୋଲିଥିଲେ। ଯେଉଁଥିରେ ଓଡିଶାର ୨୫ ପ୍ରତିଶତ ଆଦିବାସୀଙ୍କ ସହ ସାରା ଦେଶର ଆଦିବାସୀ ଲାଭ ପାଇଥିଲେ। ସେ ପୋଖରାନ୍ ପରୀକ୍ଷଣ ହେଉ ଅବା କାରଗିଲ୍ ଯୁଦ୍ଧ କିମ୍ବା ବସ୍ ଯୋଗେ ପାକିସ୍ଥାନ ଯିବା ସମସ୍ତ କଠୋର ପଦକ୍ଷେପ ନେଇ ଦେଶକୁ ଦୃଢ କରିବା ପାଇଁ ସେ ସମସ୍ତ ପଦକ୍ଷେପ ନେଇଛନ୍ତି। ଦେଶରେ ବିଜୁଳି ଉତ୍ପାଦନ,ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାଥମିକ ଶିକ୍ଷାର ମଜଭୁତ କରିବା ତାଙ୍କର ପରିକଳ୍ପନା ଥିଲା। ଓଡିଶାରେ ୪୫୦ କିଲୋମିଟରର ସୁଦୀର୍ଘ ବେଳାଭୂମି ରହିଛି , ଉର୍ବର ଜମି ରହିଛି, ପରିଶ୍ରମୀ ଲୋକ ଅଛନ୍ତି ତାହାସତ୍ୱେ ଓଡିଶା ଦାରିଦ୍ର୍ୟରେ ରହିଛି। ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ନାହିଁ। ଗତକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବହୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏହାଦ୍ୱାରା ରାଜ୍ୟର ରାଜସ୍ୱ ବୃଦ୍ଧିରେ ସହାୟକ ହେବ। ତେଣୁ ରାଜ୍ୟରେ ସ୍ୱାଭିମାନ ମଣିଷ ତିଆରି କରିବା, ରୋଜଗାରସୁବିଧା ସୃଷ୍ଟି କରିବା ପାଇଁ ଓଡିଆ ଯୁବକଙ୍କୁ ସ୍ୱାଭିମାନ ହେବାକୁ ପଡିବ।
ଏହି ଅବସରରେ ଗଣମାଧ୍ୟର ଉତ୍ତରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଖଣି,ଚିଟଫଣ୍ଡ ଓ ପିସିର ଦାନବକୁ କିଏ ଏଠି ଦାନା ଦେଉଛି ଏହା କାହାକୁ ଅଛପା ନାହିଁ। ଯେଉଁମାନେ ଶାସନରେ ଅଛନ୍ତି ସେମାନେ ହିଁ ଏହାର ମୁଖ୍ୟ ନାୟକ। ଚିଟଫଣ୍ଡରେ କେଉଁ ଦଳ ଲୋକ ଜେଲ୍ ଯାଇଛନ୍ତି, କାହାର ବିଧାୟକ, ସାଂସଦ ଜେଲ୍ ଯାଇଛନ୍ତି। କାହାର ମନ୍ତ୍ରୀମାନଙ୍କୁ ଚିଟଫଣ୍ଡ ଅଭିଯୋଗରେ ଜେରା ଆରମ୍ଭ ହୋଇଛି, ଓଡିଶାର କେଉଁ ବଡଲୋକ ଘରେ ଚିଟଫଣ୍ଡର ଅନୁସନ୍ଧାନ ପହଞ୍ଚିଛି ତାହା ଓଡିଶାର ଜନସାଧାରଣଙ୍କୁ ଜଣାଅଛି। କେଉଁମାନେ ଖଣି ମାଫିଆ ଓ ଠିକାଦାର ଅଛନ୍ତି ଏକଥା ସମସ୍ତଙ୍କୁ ଜଣା। ପ୍ରଜାତନ୍ତ୍ରରେ ଆମର ଦାୟିତ୍ୱ ରାଜନୈତିକ ଶକ୍ତିଭାବେ ଯେଉଁ କଥା ଉଲ୍ଲେଖ କରାଗଲା ତାହା ଓଡିଶା ଲୋକ ଜାଣିଛନ୍ତି। ରାଜ୍ୟରେ ନୂଆ ଜାଗରଣ ଆରମ୍ଭ ହୋଇଛି, ଏ ଚିଟଫଣ୍ଡ ପିସି କେଉଁମାନେ ନେଉଛନ୍ତି, ପିସିରେ କେଉଁମାନେ ପେସି ହେଉଛନ୍ତି ଏହା କାହାକୁ ଅଜଣା ନାହିଁ। ଏମାନଙ୍କୁ ଏଥର ନିର୍ବାଚନରେ ଲୋକେ ହରାଇବେ। ତେଣୁ ନୂଆ ଭାରତ ସହ ନୂଆ ଓଡିଶାକୁ ଯୋଡିବା ପାଇଁ ଆଜି ଦିନରେ ସଂକଳ୍ପ ନେବାପାଇଁ ସବୁ ବର୍ଗର ଲୋକେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ।

Leave A Reply