୮ ହଜାର ଲାଞ୍ଚ ନେଉଥିଲେ ଏଏସଆଇ ; ମାଡିବସିଲା ଭିଜିଲାନ୍ସ

କୁଆଁପାଳ : ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ସରକାରୀ ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରେଶ୍ଵର ଥାନା ଏଏସଆଇ ଆଲୋକ କୁମାର ଷଡ଼ଙ୍ଗୀ ଶନିବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଥିବା ଭାଉଁରିଆ ପଞ୍ଚାୟତ ନହଙ୍ଗ ଗ୍ରାମର ଜଗବନ୍ଧୁ ରାଉତଙ୍କ କେସ ଦଫା କୋହଳ କରିବା ପାଇଁ ଆଲୋକ କୁମାର ଷଡ଼ଙ୍ଗୀ ୮୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

kalyan agarbati

Comments are closed.