କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ ଜଗନ୍ନାଥ ସଂସ୍କୃତିରେ ଆଦିବାସୀ ସଂସ୍କୃତିର ଚିତ୍ର’ ଶୀର୍ଷକ ପାଠଚକ୍ର

ବାଲିଆପାଳ: କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟ, ଜଗାଇ, ବାଲେଶ୍ୱରର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ‘ଜଗନ୍ନାଥ ସଂସ୍କୃତିରେ ଆଦିବାସୀ ସଂସ୍କୃତିର ଚିତ୍ର’ ବିଷୟରେ ପାଠଚକ୍ର ଅନୁଷ୍ଠିତ ହେବା ସହିତ ପ୍ରାଚୀର ପତ୍ର ଓ ଋତୁ ଶୃଙ୍ଗାର ଉନ୍ମୋଚିତ ହୋଇଯାଇଛି । ଉକ୍ତ ପାଠଚକ୍ରକୁ ବିଶିଷ୍ଟ ସାହିତ୍ୟିକ ତଥା ବିଭାଗୀୟ ମୁଖ୍ୟ ଅଧ୍ୟାପକ ଦୟାନିଧି ସାହୁ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ଗଣିତ ଅଧ୍ୟାପକ କମଳାକାନ୍ତ ପ୍ରଧାନ ପାଠଚକ୍ର ଦ୍ୱାରା ସମ୍ମାନ ଶ୍ରେଣୀର ପିଲାଙ୍କ ବୌଦ୍ଧିକ ବିକାଶ ସମ୍ବନ୍ଧରେ ମତ ରଖିଥିଲେ।

ମୁଖ୍ୟ ଆଲୋଚକ ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ନବକୃଷ୍ଣ ଦେ ଜଗନ୍ନାଥ ସଂସ୍କୃତିର ପୁରାତନତ୍ତ୍ୱ ସମ୍ବନ୍ଧରେ ଆଲୋଚନା କରିଥିବା ବେଳେ ମୁଖ୍ୟ ସମୀକ୍ଷକ ଭାବେ ଓଡିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ପ୍ରତିଭା କବି ବ୍ରଜେନ୍ଦ୍ର ନାଥ ଗିରି ପଠିତ ଭିତ୍ତି ପ୍ରବନ୍ଧ ସମୀକ୍ଷା କରି ଜଗନ୍ନାଥ ସଂସ୍କୃତିର ଐତିହାସିକ ତଥ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସୁପ୍ରସିନୀ ବେହେରା ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବା ବେଳେ ଅଧ୍ୟାପିକା ସସ୍ମିତା ସିଂ କୃତଜ୍ଞତା ଜ୍ଞାପନ କରିଥିଲେ କ୍ଷ ତୃତୀୟ ବର୍ଷର ଛାତ୍ରୀ କୁମାରୀ ସୁଷମା ସାହୁ, ସ୍ମୃତିସ୍ନିଗ୍ଧା ଦାସ ଓ ବିଷ୍ନୁପ୍ରିୟା ପଢ଼ିଆରୀ ମୂଳ ଭିତ୍ତି ପ୍ରବନ୍ଧ ପାଠ କରିଥିବା ବେଳେ ସୁକାନ୍ତି ଚୌହାନ, ବେବି ଦାସ, ସାବିତ୍ରୀ ପାଢ଼ୀ, ବିଶ୍ଵଭାରତୀ ବେହେରା, ଇତିଶ୍ରୀ ଦାସ, ହରିପ୍ରିୟା ପରିଡା, ସାଇସ୍ମିତା ପରିଡା, କୌଶଲ୍ୟା ମନ୍ତ୍ରୀ, ବୁଦନି ମାର୍ଣ୍ଡି, ପ୍ରମୁଖ ବିଷୟ ଭିତ୍ତିକ କବିତା ଓ ସଂଗୀତ ଗାୟନ କରିଥିଲେ।

ପ୍ରାଚୀର ପତ୍ର ଅଙ୍କନ ପାଇଁ ଛାତ୍ରୀ ଅସୀମା ମଣ୍ଡଳଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୁରାତନ ଛାତ୍ରୀ ରଞ୍ଜିତା ବେହେରା ପାଠକୀୟ ଅଭିମତ ରଖିଥିଲେ କ୍ଷ ଏହି ପାଠଚକ୍ରରେ ସମ୍ମାନ ଶ୍ରେଣୀର ସମସ୍ତ ଛାତ୍ର ଉପସ୍ଥିତ ରହିବା ସହିତ ଛାତ୍ର ଜଗନ୍ନାଥ ଭୂୟାଁ, କାଳିଚରଣ ଘଡ଼ାଇ, ସୁରେଶ ଚନ୍ଦ୍ର ଗଙ୍ଗାଇ, ପ୍ରକାଶ ଚନ୍ଦ୍ର ପ୍ରଧାନ, ନବୀନ ଖଣ୍ଡା, ଛାତ୍ରୀ କବିତା ଦିନ୍ଦା, ମଧୁସ୍ମିତା ଖଟୁଆ, ଅନୁରାଧା ପିଳା, ବର୍ଷାରାଣୀ ବାରିକ, ବନ୍ଦିତା ସାହୁ, ବନ୍ଦିତା ନାୟକ, ଅର୍ଚ୍ଚନା ସେନାପତି, ସଂଯୁକ୍ତା ଦାସ, ପୂଜା ମହାଳିକ,ପୂଜାରାଣୀ ଆଦକ ସୁଭଦ୍ରା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.