www.samajalive.in
Friday, December 12, 2025
27.1 C
Bhubaneswar

ସାହାରପଡ଼ାରେ ଗଡିଲା କୃଷି ରଥ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ କୃଷି ବିଭାଗ ତରଫରୁ କୃଷକ ମାନକୁ ବିଭିନ୍ନ ସୁବିଧା ବିଷୟରେ ଅବଗତ କରିବା ନିମନ୍ତେ କୃଷି ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲା ସହକାରୀ କୃଷି ଅଧିକାରୀ ନିକୁଞ୍ଜ ବିହାରୀ ରାଉତ ସଂକଳ୍ପ ପୂଜାରେ ଅବସ୍ଥାନ କରି କୃଷକଙ୍କ ମଙ୍ଗଳ କାମନା କରିଥିଲେ। ସ୍ଥାନୀୟ ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ ଫିତା କାଟିବା ସହ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। କୃଷିରଥଟି ବ୍ଲକର ଗାଁ ଗାଁ ବୁଲିବା ସହ ଧାଡି ରୁଆ ପଦ୍ଧତିରେ ଚାଷ ତଥା ଜୈବିକ ସାରର ବ୍ୟବହାର ବିଷୟରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଚାଷ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେବ। ଚାଷକୁ ରୋଗ ପୋକ ଦାଉରୁ ରକ୍ଷା ନିମନ୍ତେ ମୃତ୍ତିକା ପରୀକ୍ଷଣ ଏକାନ୍ତ ଆବଶ୍ୟକ ବୋଲି ଚାଷୀ ମାନଙ୍କୁ ଅବଗତ କରାଯାଉଛି। ଚାଷୀ ମାନେ କମ ଖର୍ଚରେ ଅଧୁକ ଅମଳ କିପରି ପାଇବେ ସେନେଇ ମଧ୍ୟ ସୂଚନା ଦିଏ ଯାଉଛି। ପାଲା ମାଧ୍ୟମରେ ବ୍ଲକ୍ ର ବିଭିନ୍ନ ଗାଁରେ ଚାଷୀ ମାନଙ୍କୁ ଆଧୁନିକ ଚାଷ ପଣାଳୀ ବିଷୟରେ ସୂଚନା ଦିଆ ଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ ସହକାରୀ କୃଷି ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ଭାରପ୍ରାପ୍ତ ତହସିଲଦାର ତ୍ରିନାଥ କୁମାର ଦାସ, ଗୋବିନ୍ଦ ମହାନ୍ତି ଯୋଗ ଦେଇଥିଲେ। ବ୍ଲକ କୃଷି କର୍ମଚାରୀ ଦିବାକର ମହାନ୍ତି ବିକ୍ରମ ଖଟୁଆ, ଧରଣୀଧର କିଶନ ରୂପକ କୁମାର ମିଶ୍ର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories