www.samajalive.in
Monday, December 15, 2025
26.1 C
Bhubaneswar

ଏହି ଦିନଠାରୁ କୋରାପୁଟକୁ ୭ଦିନ ସମସ୍ତ ରେଳ ଚଳାଚଳ ବାତିଲ – କେବଳ ଗଡିବ ହୀରାଖଣ୍ଡ

ସପ୍ତାହକ ପାଇଁ ଦୋହରୀକରଣ
ହୀରାଖଣ୍ଡକୁ ଛାଡ଼ି କୋରାପୁଟକୁ ସମସ୍ତ ରେଳ ବାତିଲ
କୋରାପୁଟ, ୨୬।୧୨(ନି.ପ୍ର): ନୂଆବର୍ଷରୁ ସପ୍ତାହକ ପାଇଁ   କୋରାପୁଟକୁ ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। କୋରାପୁଟରୁ ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ କାର୍ଯ୍ୟ ପାଇଁ ଜାନୁଆରୀ ୧ରୁ ୭ତାରିଖ ପର୍ଯ୍ୟନ୍ତ ଏପରି ପଦକ୍ଷେପ ନିଆଯାଇଛି। ଜାନୁଆରୀ ୧ରୁ ୫ ତାରିଖ ବିଶାଖାପାଟଣା-କୋରାପୁଟ ରେଳ ଏବଂ ୨ରୁ ୬ ତାରିଖରେ କୋରାପୁଟ-ବିଶାଖାପାଟଣା ରେଳକୁ ବାତିଲ କରାଯାଇଛି। ରାଉରକେଲାରୁ ଜଗଦଲପୁର ଯାଉଥିବା ରେଳ ୧ରୁ ୬ ତାରିଖ ଏବଂ ଜଗଦଲପୁରରୁ ରାଉରକେଲା ରେଳକୁ ୨ରୁ ୭ ତାରିଖ ପର୍ଯ୍ୟନ୍ତ କୋରାପୁଟ ନ ଆସି ରାୟଗଡାରେ ଅଟକିବ ବୋଲି ଜଣାପଡିଛି। ସେହିଭଳି ହାୱାଡାରୁ ଜଗଦଲପୁର ରେଳ ୨ରୁ ୬ ତାରିଖ ଏବଂ ଜଗଦଲପୁରରୁ ହାୱାଡା ରେଳ ୩ରୁ ୭ ତାରିଖ ପର୍ଯ୍ୟନ୍ତ କୋରାପୁଟ ନ ଆସି ଟିଟିଲାଗଡ଼ରେ ଅଟକିବ ବୋଲି ଜଣାପଡିଛି। ଏହି ସମସ୍ତ ରେଳ କୋରାପୁଟକୁ ଆସିବ ନାହିଁ। ଭୁବନେଶ୍ୱରରୁ ଜଗଦଲପୁର ଓ ଜଗଦଲପୁରରୁ ଭୁବନେଶ୍ବର ରେଳ କୋରାପୁଟକୁ ଠିକ ସମୟରେ ଯାତାୟାତ କରିବ ବୋଲି ଜଣାପଡିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories