ଉଦଘାଟିତ ହେଲା କୋଣାର୍କ ମହୋତ୍ସବ: ପ୍ରଥମ ସନ୍ଧ୍ୟାରେ ମନମୋହିଲେ ଓଡିଶୀ ଓ କଥକ ନୃତ୍ୟଶିଳ୍ପୀ

କୋଣାର୍କ: ଆରମ୍ଭ ହେଲା କୋଣାର୍କ ମହୋତ୍ସବ। ରବିବାର ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ପ୍ରଥମ ସନ୍ଧ୍ୟାରେ ଓଡିଶୀ ଓ କଥକ ନୃତ୍ୟ ପରିବେଷଣ କରିଛନ୍ତି ଭୁବନେଶ୍ଵର ଓ ଦିଲ୍ଲୀର ନୃତ୍ୟଶିଳ୍ପୀ। ମୁକ୍ତାକାଶ ରଙ୍ଗ ମଞ୍ଚରେ ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ  ଗୁରୁ ଲିଙ୍ଗରାଗ ପ୍ରଧାନ , ଗୁରୁ ପଙ୍କଜ କୁମାର ପ୍ରଧାନ ଓ ସାଥି ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଏପରିକି କଥକ ନୃତ୍ୟ ଶିଳ୍ପୀମାନେ ମଧ୍ୟ ନିଖୁଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Comments are closed.