କୋଇଡ଼ା : ସୁନ୍ଦରଗଡ଼ ଜିଲା କୋଇଡ଼ାର ଚୁନାଘାଟିରେ ବିଳମ୍ବିତ ରାତିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଟ୍ରକ୍ଟି ଲୁହାପଥର ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ର ରାଇଘର ଅଭିମୁଖେ ଯାଉଥିଲା। ଏହି ସମୟରେ ଚୁନାଘାଟିରେ ଟ୍ରକ୍ଟି ଭାରସାମ୍ୟ ହରାଇ ଘାଟିକୁ ଓଲଟି ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର କ୍ୟାବିନକୁ କଟର ସାହାଯ୍ୟରେ କାଟି ଚାଳକ ଓ ହେଲପରଙ୍କୁ ବାହାର କରିଥିଲେ। ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ।
Popular Categories



