www.samajalive.in
Sunday, December 14, 2025
26.1 C
Bhubaneswar

ଦୁବାଇରେ ପହଞ୍ଚିଲେ କୋହଲିଙ୍କ ସମେତ ଦିଲ୍ଲୀ,ପଞ୍ଜାବ ଓ ଆର୍‌ସିବି ଖେଳାଳି

ଦୁବାଇ  : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୧) ଦ୍ବିତୀୟ ଚରଣ ଲାଗି ୟୁଏଇରେ ପହଞ୍ଚିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍‌ସ ଖେଳାଳିମାନେ। ରବିବାର ଲଣ୍ଡନରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ ସ୍ବତନ୍ତ୍ର ଚାର୍ଟାଡ ବିମାନରେ ଆବୁଧାବିରେ ପହଞ୍ଚିଥିଲେ। ଆରସିବି ପକ୍ଷରୁ ଦୁଇ ଖେଳାଳିଙ୍କୁ ଦୁବାଇ ଆଣିବା ଲାଗି ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା। ସେହିପରି ପଞ୍ଜାବ କିଙ୍ଗ୍‌ସ ଖେଳାଳି ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ ଲଣ୍ଡନରୁ ସ୍ବତନ୍ତ୍ର ଚାର୍ଟାଡ ବିମାନ ଯୋଗେ ଦୁବାଇରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ ଭାରତୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ବିନ, ଋଷଭ ପନ୍ତ୍‌, ଅଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା, ଅକ୍ଷର ପଟେଲ, ପୃଥ୍ବୀ ସ ଓ ଉମେଶ ଯାଦବ ଲଣ୍ଡନରୁ ସିଧା ଚାର୍ଟାଡ ବିମାନଯୋଗେ ଦୁବାଇରେ ପହଞ୍ଚିଥିଲେ। ଲଣ୍ଡନରୁ ୟୁଏଇ ଗ୍ରସ୍ତ କରୁଥିବା ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କ ଲାଗି ୬ ଦିନିଆ ସଙ୍ଗରୋଧ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଏହାକୁ ଦୃଷ୍ଟିରେ ଦୁବାଇରେ ପହଞ୍ଚିଥିବା​‌ ଭାରତୀୟ ଖେଳାଳି ୬ ଦିନ ସଙ୍ଗରୋଧରେ ରହିବା ପରେ ବିଭିନ୍ନ ଦଳ ସହିତ ଯୋଗ​‌େ​‌ଦବେ। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ମ୍ୟାଚ ଅନିର୍ଦିଷ୍ଟ କାଳ ପର୍ୟ୍ୟନ୍ତ ସ୍ଥଗିତ ରହିବା ପରେ ଆଇପିଏଲ ୍ ଦ୍ବିତୀୟ ଚରଣ ଖେଳିବା ଲାଗି ବିଭିନ୍ନ ଦଳରେ ସାମିଲ ଥିବା ଭାରତୀୟ ଖେଳାଳିମାନେ ଦୁବାଇରେ ପହଞ୍ଚିଛନ୍ତି। ବିଭିନ୍ନ ଫ୍ରାଞ୍ଚାଇଜି ପକ୍ଷରୁ ସେମାନଙ୍କ ଖେଳାଳିଙ୍କୁ ସ୍ବତନ୍ତ୍ର ଚାର୍ଟାଡ ବିମାନରେ ୟୁଏଇ ନେଇଛନ୍ତି। ଆଇପିଏଲ -୨୦୨୧ ଦ୍ବିତୀୟ ଚରଣ ୟୁଏଇରେ ଚଳିତ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories