ନିଜ ନାମରେ ଆଉ ଏକ ରେକର୍ଡ କରିବେ କୋହଲି

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ସବୁଠୁ ସଫଳ ଭାରତୀୟ ଟେଷ୍ଟ ଅଧିନାୟକ ହେବା ପାଇଁ ଆଉ ମାତ୍ର ଗୋଟିଏ ମ୍ୟାଚ ବିଜୟ ଆବଶ୍ୟକ କରୁଛନ୍ତି।ଶୁକ୍ରବାର ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟରେ ଭାରତ ବିଜୟୀ ହେଲେ କୋହଲି ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୨୭ ଟେଷ୍ଟ ବିଜୟ ରେକର୍ଡ ଭାଙ୍ଗିବା ସହ ସବୁଠୁ ସଫଳ ଭାରତୀୟ ଟେଷ୍ଟ ଅଧିନାୟକ ହୋଇଯିବେ। ୱେଷ୍ଟଇଣ୍ଡିଜକୁ କୋହଲିଙ୍କ ନେତୃତ୍ୱାଧିନ ଭାରତ ପ୍ରଥମ ଟେଷ୍ଟ ମ୍ୟାଚରେ ୩୧୮ ରନରେ ହରାଇବା ସହ ଧୋନିଙ୍କ ୨୭ ଟେଷ୍ଟ ବିଜୟ ରେକର୍ଡର ସମକକ୍ଷ ହୋଇଥିଲେ। ଧୋନିଙ୍କ ନେତୃତ୍ୱରେ ଭାରତ ୬୦ଟି ଟେଷ୍ଟ ଖେଳି ୨୭ଟି ଟେଷ୍ଟ ମ୍ୟାଚରେ ବିଜୟ ସହ ୧୮ଟି ମ୍ୟାଚରେ ପରାଜୟ ଏବଂ ୧୫ଟି ଟେଷ୍ଟ ଡ୍ର ରହିଥିଲା। ସେହିପରି କୋହଲିଙ୍କ ନେତୃତ୍ୱରେ ଭାରତ ୪୭ଟି ଟେଷ୍ଟ ମ୍ୟାଚ ଖେଳି ୨୭ଟି ଟେଷ୍ଟ ବିଜୟ ସହ ୧୦ଟି ରେ ପରାଜୟ ଏବଂ ୧୦ଟି ମ୍ୟାଚରେ ଡ୍ର ରହିଛି। ରନ ମେସିନ ବିରାଟ କୋହଲି ଏହା ପୂର୍ବରୁ ବିଦେଶରେ ସବୁଠୁ ଅଧିକ ଟେଷ୍ଟ ମ୍ୟାଚ ବିଜୟୀ ହୋଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗି ସାରିଛନ୍ତି। ଗାଙ୍ଗୁଲଙ୍କ ଅଧିନାୟକ ସମୟରେ ଭାରତ ବିଦେଶ ମାଟିରେ ୧୧ ଟି ଟେଷ୍ଟ ବିଜୟୀ ହୋଇଥବା ବେଳେ କୋହଲିଙ୍କ ଅଧିନାୟିକତ୍ୱରେ ଭାରତ ୧୨ ଟି ଟେଷ୍ଟ ବିଦେଶ ମାଟିରେ ବିଜୟୀ ହୋଇସାରିଛି ।

kalyan agarbati

Comments are closed.