www.samajalive.in
Saturday, December 6, 2025
19.1 C
Bhubaneswar

ମହୁ ଓ ଡାଲଚିନି ଖାଇଲେ ମିଳିବ କି କି ଲାଭ: ଗୁଣ ଜାଣି ଆଶ୍ଚର୍ଯ୍ୟ ହେବେ..

ମହୁ ଓ ଡାଲଚିନି ଉଭୟ ପ୍ରାକୃତିକ ଔଷଧ ଭଳି କାମ କରେ। ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାର ସମାଧାନ କରିବା ସହ ବିଭିନ୍ନ ରୋଗକୁ ଦୂର କରିଥାଏ। ଜାଣନ୍ତୁ ମହୁ ଓ ଡାଲଚିନିର ସ୍ୱାସ୍ଥ୍ୟ ଉପକାରୀ ଗୁଣ..

ମହୁ ଓ ଡାଲଚିନିର ସେବନ ଦ୍ୱାରା ଅନେକ ରୋଗରୁ ସହଜରେ ମୁକ୍ତି ମିଳିଥାଏ। ଏମିତି କରନ୍ତୁ ସେବନ..

- Advertisement -

ଡାଲଚିନି ଖଣ୍ଡକୁ ପେଷି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହାପରେ ମହୁ ସହ ମିଶାନ୍ତୁ। ନିୟମିତ ରାତିରେ ଶୋଇବା ସମୟରେ ଏହାକୁ ଏକ ଚାମଚ ଖାଆନ୍ତୁ। ଏହାକୁ ଖାଇବା ଦ୍ୱାରା ଗଳା ଜନିତ ସମସ୍ୟା, କାଶ ଆଦି ଦୂର ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଡାଲଚିନି ରାମବାଣ ସହ କୌଣସି ଔଷଧରୁ କମ୍‌‌ ନୁହେଁ।

ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ହୃଦୟ ଜନିତ ରୋଗରୁ ଦୂରେଇ ରଖିଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଡାଲଚିନି ଗୁଣ୍ଡ ଓ ମହୁକୁ ତ୍ୱଚାରେ ମଧ୍ୟ ଲଗାଇପାରିବେ। ଏହାଦ୍ୱାରା ମୁହଁରେ ଥିବା ବ୍ରଣ, ଦାଗ ଆଦି ଦୂର ହୋଇ ତ୍ୱଚା ନରମ ହୋଇଥାଏ।

ଏହାର ସେବନ ଦ୍ୱାରା ପାଚନ ତନ୍ତ୍ର ମଜଭୂତ ହୋଇଥାଏ। କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ଡାଲଚିନି ଓ ମହୁ ମାନସିକ ସ୍ୱାସ୍ଥ୍ୟ ସହ ଶାରିରୀକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ।

ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ହେଉଥିଲେ, ନିୟମିତ ଅଳ୍ପ ପରିମାଣରେ ମହୁ ଓ ଡାଲଚିନିର ମିଶ୍ରଣ ସେବନ କରନ୍ତୁ। ଡାଲଚିନି କେଶକୁ ମଜଭୂତ କରିବା ସହ କେଶ ଝଡିବା ସମସ୍ୟାକୁ ଦୂର କରିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ମଧ୍ୟ ଦୂର କରିବା ପାଇଁ ଡାଲଚିନି ଓ ମହୁର ମିଶ୍ରଣ ସେବନ କରିବା ଅତ୍ୟନ୍ତ ଲାଭଦାୟକ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories