www.samajalive.in
Tuesday, December 9, 2025
23.1 C
Bhubaneswar

ଗାଳି ଦେବା ଦ୍ୱାରା ମସ୍ତିଷ୍କ ଉପରେ ପଡେ କୁପ୍ରଭାବ: ହୋଇଥାଏ ଏହି ସମସ୍ୟା..

ଗାଳି ଏକ ଅଶୋଭନୀୟ ଭାଷା କିମ୍ବା ଶବ୍ଦ ବୋଲି କୁହାଯାଏ। ଯାହାକୁ ଅସଭ୍ୟ,ଅପମାନ ଦେବା ପାଇଁ ବ୍ୟବହାର କରାଯାଏ। ଅନ୍ୟମାନଙ୍କୁ ଏହାଦ୍ୱାରା ଅପମାନିତ କରାଯାଏ। ଗାଳି ଦେବା କିମ୍ବା ଶୁଣିବା ସାମାଜିକ ସମ୍ବନ୍ଧ ଓ ଅନ୍ୟ ପରିସ୍ଥିତିରେ ଅସଫଳତା କାରଣରୁ ସୃଷ୍ଟି ହୋଇଥାଏ। ମାତ୍ର ଗାଳି ଦେବା ଦ୍ୱାରା କିମ୍ବା ଶୁଣିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡିଥାଏ।
ଏହା ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ ସମ୍ବନ୍ଧକୁ ପ୍ରଭାବିତ ମଧ୍ୟ କରିଥାଏ। ଗାଳିର ପ୍ରୟୋଗ କିମ୍ବା ଶୁଣିବା ମାନସିକ ଦୁଃଶ୍ଚିନ୍ତା, ଅଶାନ୍ତି, ଉତ୍ତେଜନା ଓ ମନର ସ୍ଥିତିରେ ଅସ୍ଥିରତା ବୃଦ୍ଧି କରିଥାଏ।
ଗାଳି ଦେବାରୁ ନିଜକୁ କେମିତି ଦୁରେଇ ରଖିବେ..
ଗାଳି ଦେବାର ଅଭ୍ୟାସକୁ ଜାଣିବା ସହ ଏହାର ନକରାତ୍ମକ ପ୍ରଭାବ ପ୍ରତି ଧ୍ୟାନ ଦିଅନ୍ତୁ।
ନିଜ ବ୍ୟବହାର ପ୍ରତି ଧ୍ୟାନ ଦେବା ସହ ଭୁଲ୍‌‌ ଶବ୍ଦର ପ୍ରୟୋଗକୁ ପ୍ରଥମେ ଚିନ୍ତା କରନ୍ତୁ ଓ ବୁଝନ୍ତୁ।
ସକରାତ୍ମକ ବିଚାର ଧାରା ବିକଶିତ କରନ୍ତୁ। ସଠିକ୍‌‌ ଦିଗରେ ଯାଆନ୍ତୁ।
ନିଜ ବନ୍ଧୁ କିମ୍ବା ସାଙ୍ଗକୁ ସମର୍ଥନ କରିବା ସହ ତାଙ୍କର ଗାଳି ଦେବା ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ସାହାଯ୍ୟ କରନ୍ତୁ।
ଧ୍ୟାନ ଓ ସାଧନା କରି ମନକୁ ଶାନ୍ତ ରଖନ୍ତୁ। ଏହା ଗାଳି ଦେବା ଅଭ୍ୟାସକୁ ନିୟନ୍ତ୍ରଣ କରେ।
ପ୍ରେରଣାଦାୟକ ବ୍ୟକ୍ତି କିମ୍ବା ଅନ୍ୟ ଜିନିଷ ଦ୍ୱାରା ନିଜ ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ।
ଅତ୍ୟଧିକ ରାଗ ଆସିବା ପରେ ଗାଳି ଦେଉଥିଲେ, ଏପରି ବାରମ୍ବାର ହେଉଥିଲେ, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories