www.samajalive.in
Friday, December 12, 2025
16.1 C
Bhubaneswar

ବଜାରକୁ ଆସିଲା କ୍ଲାସିକ୍ ୬୫୦, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡ ନିଜ ନୂଆ କ୍ଲାସିକ୍ ୬୫୦ ମୋଟରସାଇକେଲ ଲଞ୍ଚ୍ କରିଦେଇଛି । ଏହି ବାଇକ୍ ଦେଖିବାକୁ କ୍ଲାସିକ୍ ୩୫୦ ଭଳି କିନ୍ତୁ ଏଥିରେ ସାମାନ୍ୟ ମଡର୍ଣ୍ଣ ଡିଜାଇନ୍ ଦିଆଯାଇଛି । ଏହାର ଏକ୍ସ ଶୋରୁମ୍ ଦାମ୍ ୩,୩୭,୦୦୦ ଟଙ୍କା ରହିଛି । ଏଥିରେ ୬୫୦ ସିସିର ଇଞ୍ଜିନ୍ ମିଳିବ । ଗ୍ରାହକଙ୍କୁ ଏଥିରେ ୪ ପ୍ରକାର ରଙ୍ଗର ବିକଳ୍ପ ମିଳିବ । କ୍ଲାସିକ୍ ନିଜ ଲୁକ୍ ପାଇଁ ଭିନ୍ନ ଜଣାପଡିଥାଏ । ତେଣୁ ଏହାର ଲୁକରେ କୌଣସି ପରିବର୍ତ୍ତନ କରାନଯାଇ କେବଳ ଏହାର ଇଞ୍ଜିନକୁ ବଢାଯାଇଛି ।

କ୍ଲାସିକ୍ ହଟରୋଡର ଏକ୍ସ ଶୋରୁମ୍ ଦାମ୍ ୩.୩୭ ଲକ୍ଷ ଟଙ୍କା ରହିଥିବାବେଳେ କ୍ଲାସିକ୍ ଟିଲର ଏକ୍ସ ଶୋରୁମ୍ ଦାମ୍ ୩.୪୧ ଲକ୍ଷ ଟଙ୍କା ରଖିଛି କମ୍ପାନୀ । କ୍ଲାସିକ୍ କ୍ରୋମ ବ୍ଲାକର ଏକ୍ସ ଶୋରୁମ୍ ଦାମ୍ ୩.୫୦ ଲକ୍ଷ ଟଙ୍କା ରହିଛି । ଏଥିରେ ଟ୍ବିନ୍ ମୋଟର ରହିଛି । ଚଉଡା ଟାୟାର ଏହାର ଲୁକକୁ ଅଧିକ ଦମଦାର କରୁଛି । ଏଲଇଡି ହେଡଲାଇଟ୍ ଓ ଟେଲଲାଇଟ୍ ସମେତ ଅନେକ ଫିଚର ରହିଛି ଯାହା ଏହାର ଲୁକକୁ ଦ୍ବିଗୁଣିତ କରୁଛି ।

- Advertisement -

୬୪୮ ସିସିର ଅଏଲ କୁଲ୍ଡ ଟ୍ବିନ୍ ସିଲିଣ୍ଡର ଇଞ୍ଜିନ୍ ରହିଛି ଯାହା ୪୭ ହର୍ସପାଓ୍ବର ଓ ୫୨.୩ ନ୍ୟୁଟନ ମିଟରର ପିକ୍ ଟର୍କ ଉତ୍ପନ କରିବ । ଏଥିରେ ୬ ସ୍ପିଡ୍ ଗିୟରବକ୍ସ ଦେଇଛି କମ୍ପାନୀ ।  ବାଇକରେ ଏଲସିଡି ସ୍କ୍ରିନ୍ ମିଳିବ ଯେଉଁଥିରେ ଓଟୋମିଟର, ଟ୍ରିପ୍ ମିଟର, ଫ୍ୟୁଲ ଲେବଲ ଇଣ୍ଡିକେଟର, ସର୍ଭିସ୍ ରିମାଇଣ୍ଡର, ଗିୟର ପୋଜିସନ୍ ଇଣ୍ଡିକେଟର ଏବଂ ଓ୍ବାଚ୍ ସମେତ ଅନ୍ୟ ଜରୁରି ସୂଚନା ନଜର ଆସିବ । ବାଇକର ଓଜନ ୨୪୩ କିଲୋଗ୍ରାମ । ଏଥିରେ ୧୪.୭ ଲିଟରର ଫ୍ୟୁଲ ଟ୍ୟାଙ୍କ ଦିଆଯାଇଛି । ଗ୍ରାହକ ଏଥିରେ ଅତିରିକ୍ତ ଆକ୍ସେସରିଜ୍ ମଧ୍ୟ ଲଗାଇପାରିବେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories