www.samajalive.in
Friday, December 5, 2025
26.1 C
Bhubaneswar

ଖୁବ୍ ଶୀଘ୍ର ଆସିବ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’, ବିଜୁଳି ବିଲରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟୋଦୟ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଫଳରେ ଦେଶରେ ଗରିବ ଏବଂ ମଧ୍ୟମ ବର୍ଗ ବିଜୁଳି ବିଲରୁ ଆଶ୍ବସ୍ତି ପାଇପାରିବେ । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଏକ କୋଟି ଘରେ ସୋଲାର ପ୍ୟାନେଲ ଲଗାଇବା ଲକ୍ଷ୍ୟ ସହିତ ‘ପ୍ରଧାମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରିବା ପାଇଁ ଯୋଜନା ରହିଥିବା ଏଥିରେ ଉଲ୍ଲେଖ ରହିଛି ।

ଭାରତର ନିମ୍ନ ତଥା ମଧ୍ୟମ ବର୍ଗର ନାଗରିକଙ୍କ ଘରେ ସୋଲାର ପ୍ୟାନେଲ ଲଗାଇବା ସହ ସେମାନଙ୍କୁ ବିଜୁଳି ବିଲରୁ ଆଶ୍ବସ୍ତି ଦେବା ଏହାର ମୂଳ ଲକ୍ଷ୍ୟ । ଏହା ଫଳରେ ସେମାନଙ୍କୁ ଆର୍ଥିକ ରୂପେ ଆଶ୍ବସ୍ତି ମିଳିପାରିବ । ଏହା ଫଳରେ ଦେଶ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଉ ଏକ ପାଦ ଆଗକୁ ଅଗ୍ରସର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଯୋଜନା ପାଇଁ ଖୁବ୍ ଶୀଘ୍ର ଏକ ଓ୍ବେବସାଇଟ୍ ମଧ୍ୟ ଲଞ୍ଚ୍ କରାଯିବ । ଏହା ମାଧ୍ୟମରେ ଇଚ୍ଛୁକ ନାଗରିକ ଆବେଦନ କରିପାରିବେ । ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ ମଧ୍ୟ ଜାତୀୟ ସ୍ତରରେ ଅଭିଯାନ ଚଳାଇବା ପାଇଁ ଅପିଲ୍ କରିଛନ୍ତି । ଯାହା ଫଳରେ ଅଧିକରୁ ଅଧିକ ନାଗରିକ ରୁଫଟପ୍ ସୋଲାର ପ୍ୟାନେଲ ଆପଣାଇବା ପାଇଁ ପ୍ରସ୍ତୁତ ହେବେ ।

- Advertisement -

ରୁଫଟପ୍ ସୋଲାର ପ୍ୟାନେଲ ଏକ ଫଟୋଭୋଲ୍ଟାଇକ ପ୍ୟାନେଲ୍ ଯାହାକୁ କୌଣସି ବି ଘର ଛାତ ଉପରେ ସହଜରେ ସ୍ଥାପନ କରିହେବ । ସୂର୍ଯ୍ୟରୁ ଶକ୍ତି ଗ୍ରହଣ କରୁଥିବା ଏହି ପ୍ୟାନେଲ୍ ମୁଖ୍ୟ ବିଜୁଳି ସପ୍ଲାଇ ଲାଇନ୍ ସହ ଯୋଡି ଦିଆଯିବ ଏବଂ ଗ୍ରିଡରୁ ଆସୁଥିବା ବିଜୁଳି ଖର୍ଚ୍ଚ କମାଇ ଦେବ । ଯାହା ଫଳରେ ବିଜୁଳି ବିଲ୍ ମଧ୍ୟ କମ୍ ଆସିବ । ଏହି ସୋଲାର ପ୍ୟାନେଲ୍ ସ୍ଥାପନ କରିବା ପାଇଁ ମାତ୍ର ଥରେ ଖର୍ଚ୍ଚ କରିବାକୁ ହେବ । ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବିଲକୁଲ୍ ନାହିଁ କହିଲେ ଚଳେ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories