www.samajalive.in
Saturday, December 6, 2025
23.1 C
Bhubaneswar

ବିପଦବେଳେ ସହାୟତାର ହାତ ବଢାଇଛି କିସ୍‍ ଫାଉଣ୍ଡେସନ

ଫୁଲବାଣୀ: କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଜାରି ରହିଛି ତାଲାବନ୍ଦ ଏବଂ ସପ୍ତାହାନ୍ତ କଟକଣା। ଏପରି ସ୍ଥଳେ ଦରିଦ୍ର ଏବଂ ଅସହାୟ ଲୋକମାନେ ଦୁଇଓଳି ଦୁଇମୁଠା ଖାଦ୍ୟ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବିପତ୍ତି ସମୟରେ ସେମାନଙ୍କ ପାଖରେ ଛିଡା ହୋଇଛି କିସ୍‍ ଫାଉଣ୍ଡେସନ। କିସ୍‍ ଫାଉଣ୍ଡେସନର ମୁଖ୍ୟ ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶରେ ଫୁଲବାଣୀ ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଅମଲାପଡା, ଜିରିଙ୍ଗିପଡା, ପେଞ୍ଜିସାହି, କୁମ୍ଭାରପଡା, ଫୁଲବାଣୀ ସାହି ଆଦି ବିଭିନ୍ନ ସାହିରେ ରହୁଥିବା ଅସହାୟମାନଙ୍କ ନିକଟରେ କିସ୍‍ ଫାଉଣ୍ଡେସନର ସଦସ୍ୟ ଭାଗିରଥୀ ସେଠୀ, ବିଦ୍ୟାଧର ପ୍ରଧାନ, ସୁନିଲ ସେଠୀ, ଅନନ୍ତ ନାରାୟଣ ବେହେରା, ବିଷ୍ଣୁ ବେହେରା, ପ୍ରଦୀପ କୁମାର ନାୟକ ପ୍ରମୁଖ ପହଞ୍ଚି ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି। ତାଲାବନ୍ଦ ସ୍ଥିତି ଜାରି ରହିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଟିମ୍‍ ମୁଖ୍ୟ ଭାଗିରଥୀ ସେଠୀ କହିଛନ୍ତି। ସେହିଭଳି ଫୁଲବାଣୀ ମ୍ୟୁନିସିପାଲଟି ପକ୍ଷରୁ ମଧ୍ୟ ଟିମ୍‍ ହ୍ୟୁମାନିଟି ସହଯୋଗରେ ସହରରେ ପ୍ରାୟ ୪୦ରୁ ଅଧିକ ଯାଯାବର, ଅସହାୟ ଲୋକଙ୍କୁ ତାଲାବନ୍ଦ ଆରମ୍ଭ ଦିନଠାରୁ ସହାୟତା ସାମଗ୍ରୀ ବଣ୍ଟନ କରାଯାଉଛି। ଗତକାଲି ଏହି ରିଲିଫ କାର୍ଯ୍ୟରେ ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସାମିଲ ହୋଇ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories