ମଧୁମେହ ରୋଗୀ କିସ୍ମିସ୍ ଖାଇବେ କି ନାହିଁ..
ମଧୁମେହ ରୋଗୀ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତେବେ ଏହା ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ, ମଧୁମେହ ରୋଗୀ କିସ୍ମିସ୍ ସେବନ କରି ପାରିବେ କି ନାହିଁ। କାରଣ ଏହାର ସ୍ୱାଦ ମଧ୍ୟ ମିଠା।
ଅଧିକାଂଶ ଅଧ୍ୟୟନରୁ ଜଣାପଡିଛି, ସୀମିତ ମାତ୍ରାରେ ମଧୁମେହ ରୋଗୀ କିସ୍ମିସ୍ ଖାଇପାରିବେ।
ଅଧକପରୁ କମ୍ କିସ୍ମିସ୍ରେ ଫାଇବର, ୨୫ ମିଲିଗ୍ରାମ କ୍ୟାଲସିୟମ ଓ ୨୯୮ ମିଲିଗ୍ରାମ ପୋଟାସିୟମ ରହିଥାଏ।
ଫାଇବର ମଧୁମେହ ରୋଗୀଙ୍କ ଉପକାରୀ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
କ୍ୟାଲସିୟମ ହାଡ ଓ ଦାନ୍ତକୁ ମଜଭୂତ କରିଥାଏ। ପୋଟାସିୟମ ମାଂସପେଶୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ମାତ୍ର କିସ୍ମିସ୍ ସେବନ କରିବା ପୂର୍ବରୁ ମଧୁମେହ ରୋଗୀ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।
Comments are closed.