www.samajalive.in
Sunday, December 14, 2025
23.1 C
Bhubaneswar

ଆସନ୍ତାକାଲି ଦିଲ୍ଲୀ ଟ୍ରାକ୍ଟର ରାଲି ସମର୍ଥନରେ ମୁମ୍ବାଇର ଆଜାଦ ମୈଦାନରେ ମହାରାଲି

ମୁମ୍ବଇ : ଗଣତନ୍ତ୍ର ଦିବସ ଅବସରରେ ଆସନ୍ତାକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ କୃଷକମାନେ ଟ୍ରାକ୍ଟର ରାଲି କରିବେ। ତେବେ ଟ୍ରାକ୍ଟର ରାଲି ସମର୍ଥନରେ ସୋମବାର ମୁମ୍ବାଇରେ ଚାଷୀଙ୍କ ମହାରାଲି ଅନୁଷ୍ଠିତ ହେଉଛି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଆଜି ମୁମ୍ବାଇର ଆଜାଦ ମୈଦାନରେ ଏକାଠି ହୋଇ ମେଗା ରାଲି କରୁଛନ୍ତି।  ଏନସିପି ସୁପ୍ରିମୋ ଶରଦ ପାୱାର୍ ଆଜି ଏହି ରାଲିରେ ଯୋଗଦେବେ।

ଗତକାଲି ନାସିକରୁ ପ୍ରାୟ ୨୧ ଜିଲ୍ଲାର ଚାଷୀ ୧୮୦ କିଲୋମିଟର ଯାତ୍ରା କରି ମୁମ୍ବଇରେ ପହଞ୍ଚିଛନ୍ତି। ସେହିପରି ଅଲ ଇଣ୍ଡିଆ କିଶାନ ସଭାର ମହାରାଷ୍ଟ୍ର ୟୁନିଟ ପକ୍ଷରୁ ୧୫ ହଜାର ଚାଷୀ ମୁମ୍ବଇରେ ପହଞ୍ଚିଛନ୍ତି। ରାଲିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜାଦ ମଇଦାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories