www.samajalive.in
Monday, November 17, 2025
17.1 C
Bhubaneswar

୬୦ ବର୍ଷରେ ପାଦ ଥାପିଲେ କିଙ୍ଗ୍ ଖାନ୍

ନୂଆଦିଲ୍ଲୀ ,୦୨।୧୧ :ବଲିଉଡ ବାଦଶାହା ଶାହରୁଖ ଖାନ । ସେ ସବୁଠାରୁ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ।  ଶାହରୁଖ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ଏବଂ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। ୩୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ତାଙ୍କର ବଲିଉଡ କ୍ୟାରିଅର ଏବେ ବି ଚମକୁଛି। ଆଜି ଶାହରୁଖ ଖାନ ତାଙ୍କ ଜୀବନର ଛଅ ଦଶନ୍ଧି ପୂରଣ କରିଛନ୍ତି।

ଆଜି ସେ ୬୦ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଛି। ଶାହରୁଖ ଛୋଟ ପରଦାରୁ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେ ଏବେ ବିଶ୍ୱର ସବୁଠାରୁ ଧନୀ ଅଭିନେତା

- Advertisement -

ଆଜିକା ସମୟରେ ଶାହରୁଖଙ୍କ ପାଖ ନେମ୍‌ ଫେମ୍‌ ଟଙ୍କା , ପଇସା ସବୁକିଛି ଅଛି । ହେଲେ ତାଙ୍କ ପ୍ରଥମ ଦରମା ପାଇଁ ସେ ବହୁତ କଠିନ ପରିଶ୍ରମ କରିଥିଲେ । ଏକ ଇଣ୍ଟରଭ୍ୟୁରେ ଶାହରୁଖ ଖାନ ନିଜେ ଥରେ ତାଙ୍କର ପ୍ରଥମ ରୋଜଗାର ପ୍ରକାଶ କରିଥିଲେ। କହିଥିଲେ କି ଯେତେବେଳେ ସେ ଷ୍ଟ୍ରଗଲ କରୁଥିଲେ  ସେତେବେଳେ ବହୁତ କାମ କରିଛନ୍ତି । ହେଲେ ଯେଉଁଥିରେ ସେ ଥିଏଟର୍ସ ବାହାରେ ଟିକେଟ ବିକ୍ରି କରୁଥିଲେ । ସେଥିରୁ ତାଙ୍କୁ ୫୦ ଟଙ୍କା ମିଳୁଥିଲା।ଯାହା ତାଙ୍କ ଜୀବନର ପ୍ରଥମ ରୋଜଗାର ଥିଲା ।

ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶାହାରୁଖ ଯେତିକି ରାଜ କରନ୍ତି ସାରା ବିଶ୍ୱର ସେଲିବ୍ରିଟିଙ୍କ ମଧ୍ୟରେ ବି ତାଙ୍କର ଦବଦବା କିଛି କମ୍ ନୁହେଁ । କାରଣ ନିକଟରେ ପ୍ରକାଶିତ ଏକ ସାଇଣ୍ଡିଫିକ୍ ଷ୍ଟଡିରେ ତାଙ୍କୁ ବିଶ୍ୱର ୧୦ ଜଣ ହ୍ୟାଣ୍ଡସମ୍ ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନ ମିଳିଛି । ଏହି ଲିଷ୍ଟରେ ସ୍ଥାନରେ ପାଇବାରେ ଶାହାରୁଖ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତା । ତାଙ୍କ ସ୍କୋର ରହିଛି ୮୬.୭୬ ପ୍ରତିଶତ । ନିକଟରେ, ହୁରୁନ୍ ରିଚ୍ ଲିଷ୍ଟ ୨୦୨୫ରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଶାହରୁଖ ଖାନଙ୍କ ସମ୍ପତ୍ତି ୧୨,୪୯୦ କୋଟି ଟଙ୍କା। ବିଶ୍ୱର ଅନ୍ୟ କୌଣସି ଅଭିନେତାଙ୍କ ପାଖରେ ଏତେ ସମ୍ପତ୍ତି ନାହିଁ ।

Hot this week

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

ଶ୍ଵେତାପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର

ସମାଜଲାଇଭ ଡେସ୍କ: ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ...

Related Articles

Popular Categories