www.samajalive.in
Friday, December 5, 2025
23.1 C
Bhubaneswar

ବନ୍ଧୁଙ୍କୁ ବୃକକ ଦାନ ପାଇଁ ଆଇନଗତ ଲଢ଼େଇରେ ଜିତିଲେ ମହିଳା 

ବେଙ୍ଗାଲୁରୁ : ସମସ୍ତ ପ୍ରତିବନ୍ଧକକୁ ପଛରେ ପକାଇ ଆବଶ୍ୟକତା ସମୟରେ ସହଯୋଗ କରୁଥିବା ବନ୍ଧୁ ହିଁ ବାସ୍ତବ ବନ୍ଧୁ। ଏମିତି ନିଃସର୍ତ୍ତ ବନ୍ଧୁତ୍ୱର ବିରଳ ନିଦର୍ଶନ ଉପସ୍ଥାପନ କରିଛନ୍ତି ରାଜସ୍ଥାନର ବର୍ଷା ଶର୍ମା ନାମ୍ନୀ ୪୮ ବର୍ଷ ବୟସ୍କା ଜଣେ ମହିଳା। ଭାରତୀୟ ସେନାରେ କାର୍ଯ୍ୟରତ ନିଜର ଜଣେ ବନ୍ଧୁଙ୍କୁ ବୃକକ୍‍ ଦାନ କରିବା ନିମନ୍ତେ ସେ ନିଜ ପରିବାର ସହିତ ଆଇନଗତ ଲଢେଇ ଲଢିବାକୁ ପଛେଇ ନାହାନ୍ତି। ଏହି ଲଢେଇରେ ବିଜୟ ପରେ ସେ ନିଜ ବନ୍ଧୁ ତଥା କର୍ଣ୍ଣେଲ ପଙ୍କଜ ଭାର୍ଗବଙ୍କୁ ନିଜ ବୃକକ୍‍ ଦାନ କରିଛନ୍ତି।

- Advertisement -

କଲମ୍ବିଆ ଏସିଆ ହସ୍ପିଟାଲରେ ଗତ ଶୁକ୍ରବାର ପଙ୍କଜଙ୍କ ଶରୀରରେ ବର୍ଷାଙ୍କ ବୃକକ୍‍ର ସଫଳ ପ୍ରତିରୋପଣ କରାଯାଇଛି। ବନ୍ଧୁଙ୍କୁ ବୃକକ୍‍ ଦାନ କରିବା ନିମନ୍ତେ ବର୍ଷା ୨୦୧୭ ଅକ୍ଟୋବରରୁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ନିଜର ୨୧ କିଲୋଗ୍ରାମ ଓଜନ ମଧ୍ୟ ହ୍ରାସ କରିଥିଲେ; କିନ୍ତୁ ଏ ନେଇ ତାଙ୍କୁ ତାଙ୍କ ପରିବାର ଲୋକେ ପ୍ରବଳ ବିରୋଧ କରିଥିଲେ। ପରିବାରର ନିବେଦନ କ୍ରମେ ଏପ୍ରିଲ ୧୦ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଙ୍ଗ ଦାନ ସମ୍ବନ୍ଧୀୟ କମିଟି ଏବଂ ଡାକ୍ତରଖାନାକୁ ଚିଠି ଲେଖି ବର୍ଷାଙ୍କ ବୃକକ୍‍ ଦାନ ପ୍ରକ୍ରିୟାକୁ ଅଟକାଇ ଦେଇଥିଲେ। ବର୍ଷା ଅନନ୍ୟୋପାୟ ହୋଇ ଶେଷରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ସେ ସର୍ବପ୍ରଥମେ ‘ଗିଫ୍ଟ ଅଫ୍‍ ଲାଇଫ୍‍ ଆଡ୍‍ଭେଞ୍ଚର ଫାଉଣ୍ଡେସନ’ର ପ୍ରତିଷ୍ଠାତା ଅନୀଲ ଶ୍ରୀବାସ୍ତବଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀବାସ୍ତବ ନିଜେ ଜଣେ ଅଙ୍ଗ ଦାନକାରୀ କରିଛନ୍ତି। ଏଣୁ ପରିବାର ବିରୋଧରେ ଆଇନର ଆଶ୍ରୟ ନେବାରେ ବର୍ଷାଙ୍କୁ ସେ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଗୋଟିଏ ଦିନ ମଧ୍ୟରେ ମାମଲାର ସମାଧାନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦେଶ ଦେଇଥିଲେ ମଧ୍ୟ କମିଟି ମାସାଧିକ ସମୟ ନେଇଥିଲା। ଅଙ୍ଗଦାନକାରୀ ତଥା ଗ୍ରହଣକାରୀଙ୍କ ପାରିବାରିକ ଇତିହାସ ସମ୍ବନ୍ଧରେ ତଥ୍ୟ ସଂଗ୍ରହରେ ପୁଲିସର ବିଳମ୍ବ ଯୋଗୁ ମାମଲାର ସମାଧାନ ବିଳମ୍ବ ହୋଇଥିଲା ବୋଲି କମିଟିର ଅଧ୍ୟକ୍ଷ ଡାକ୍ତର ଭାନୁ ମୂର୍ତ୍ତି କହିଛନ୍ତି। ଗତ ସପ୍ତାହରେ କମିଟି ଏହାର ଚୂଡାନ୍ତ ରିପୋର୍ଟ ଦେବା ପରେ ବର୍ଷାଙ୍କୁ ଅଙ୍ଗଦାନ ପାଇଁ ଅନୁମତି ମିଳିଥିଲା। ବୃକକ୍‍ ପ୍ରତିରୋପଣ ପରେ ଉଭୟ ଦାତା (ବର୍ଷା) ଏବଂ ଅଙ୍ଗଗ୍ରହଣକାରୀ (ପଙ୍କଜ) ସୁସ୍ଥ ଅଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories