www.samajalive.in
Sunday, December 7, 2025
26.1 C
Bhubaneswar

ସରକାରୀ ସହାୟତା ଅପେକ୍ଷାରେ କିଡନୀ ରୋଗୀ ଦେବାର

ହରଭଙ୍ଗା : ବିଗତ କିଛିବର୍ଷହେଲା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କିଡନୀ ରୋଗ ମହାମାରୀ ରୂପ ଧାରଣ କରିଛି। କିଡନୀ ଭଳି ମାରାତ୍ମକ ବେମାରୀରେ ଗୋଟିଏ ପରେ ଗୋଟିଏ ଜୀବନଦୀପ ଲିଭିଯାଉଛି। ସୂଚନା ଅନୁସାରେ ବ୍ଲକରେ କିଡନୀ ରୋଗରେ ଗତ ୫ବର୍ଷ ମଧ୍ୟରେ ୨୦୪ଜଣଙ୍କ ମୃତ୍ୟୂ ଘଟିଛି। ବର୍ତମାନ ଏହି ରୋଗରେ ଆହୁରି ୨୫୪ଜଣ ଆକ୍ରାନ୍ତ ଥିବା କିଡନୀ ସଚେତନତା ମଂଚ ଦାବି କରୁଛି।

ପ୍ରକାଶ ଯେ,  ହରଭଙ୍ଗା ପଂଚାୟତ ବୁକେଶିଙ୍ଗା ଗ୍ରାମର ଦେବାର ବେହେରା(୪୫) ଗତ ତିନି ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଦିନ କାଟୁଛନ୍ତି। ପତ୍ନୀ ତିନ ଝିଅ ଏବଂ କୁନି ପୁଅକୁ ନେଇ ତାଙ୍କ ସଂସାର। ମୂଲ ମଜୁରୀ ପଥର ବାଡେଇ ଜୀବନ ନିର୍ବାହ କରୁଥିବା ଦେବାର କିଡନୀ ରୋଗରେ ଆକ୍ରାନ୍ତ ପରେ ଘରର ଅବସ୍ଥା ନ କହିଲେ ସରେ। ଗରିବ ପରିବାର ଉପରେ କିଡନୀ ରୋଗର ଦାଉ ଦେବାର ପରିବାରକୁ ତଳିତାଳନ୍ତ କରିଛି। ଔଷଧ କିଣିବାକୁ ପାଖରେ ପଇସାଟିଏ ନଥିବାବେଳେ ୫ ପ୍ରାଣୀ କୁଟୁମ୍ବଙ୍କ ଅବସ୍ଥା ନ କହିଲେ ଭଲ। ଏଭଳି ଅବସ୍ଥାରେ ଦିନ କାଟୁଥିବା ଦେବାର ଭଳି ଅନେକ ରୋଗୀ ଚିକିତ୍ସାଭାବରୁ କମଦିନ ମଧ୍ୟରେ ପ୍ରାଣ ହରାଉଛନ୍ତି। ମାତ୍ର ପ୍ରଶାସନିକ କଳର ନିଦାବିଷ୍ଣୁ ଯୋଗୁଁ କିଡନୀ ରୋଗ ବର୍ତମାନ ବ୍ଲକ ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ଯାହା ଫଳରେ ଗୋଟିଏ ଗୋଟିଏ ପରିବାର ଉଜୁଡିଯାଉଛି। ତେବେ, ଦେବାରଙ୍କ ସଂର୍ପକରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ଖବର ପାଇ ଶୁକ୍ରବାର ତାଙ୍କ ଘରେ ସ୍ଥାନୀୟ ସଂରପଚ ସୁମଞ୍ଜି ଲାଲଙ୍କ ସହିତ ପଂହଚିଥିଲେ। ତାଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିବା  ଜଣାପଡିଛି। କିଡନୀ ରୋଗରେ ଆକ୍ରାନ୍ତ ଥିବା ଦେବାର ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ତାଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ସୂଚନା ଥାଉ କି, ବିଗତ ୩ବର୍ଷ ମଧ୍ୟରେ ଏହି ରୋଗରେ ଗ୍ରାମର ୪ଜଣ ପ୍ରାଣ ହରାଇଥିବା ଅଭିଯୋଗ ହେଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories