www.samajalive.in
Saturday, December 6, 2025
23.1 C
Bhubaneswar

କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ମୁଖପାତ୍ର ଖୁସବୁ ସୁନ୍ଦର; ତାମିଲନାଡ଼ୁ ରାଜନୀତି​‌ରେ ହଲଚଲ

ଚେନ୍ନଇ: ଦକ୍ଷିଣ ଭାରତ ରାଜନୀତିରେ ଆଜି ହୋଇଛି ଏକ ବଡ଼ ହଲଚଲ । କଂଗ୍ରେସର ତାରକା ନେତ୍ରୀ ତଥା ମୁଖପାତ୍ର ଦଳତ୍ୟାଗ କରି ବିଜେପିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି । ବିଜେପିର ନୂଆଦିଲ୍ଲୀସ୍ଥିତ ଜାତୀୟ କାର୍ଯ୍ୟାଳୟରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

- Advertisement -

ଖୁସବୁ ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ତଥା ନିର୍ମାତା ଓ ଟିଭି ଉପସ୍ଥାପିକା ଭାବରେ ପରିଚିତ | ସେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୨୦୧୦ରେ ସେ ଡ଼ିଏମକେରେ ଯୋଗ ଦେଇଥିଲେ । ସେତେବେଳେ କରୁଣାନିଧି ଡ଼ିଏମକେର ସର୍ବୋସର୍ବା ଥିଲେ । ପରେ ସେ ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ନେତା ଭାବରେ ସେ ଟିଭି ବିତର୍କରେ ବେଶ ଲୋକପ୍ରିୟତା ହାସଲ କରିଥିଲେ ।

୨୦୨୧ ମେ ମାସରେ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ ରାଜନୈତିକ ସ୍ଥିକି ଏବେ ବଡ଼ ବିଚିତ୍ର ସ୍ଥିତିରେ ଗତି କରୁଛି । ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଡ଼ିଏମକେ ବିଭାଜିତ ହୋଇଛି । ଅନ୍ୟପକ୍ଷରେ ଡ଼ିଏମକେ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ଚାଲିଛି । ତାମିଲନାଡ଼ୁରେ ନିଜର ସ୍ଥିତି ଦୃଢ଼ କରିବାକୁ ବିଜେପି ବାଟ ଖୋଜୁଛି । ଏହି ସ୍ଥିତିରେ ଖୁସବୁ ବିଜେପିକୁ ବଡ଼ ବ୍ରେକ ଦେଇପାରନ୍ତି ବୋଲି ଦଳ ଆଶା ରଖିଛି । ରାଜନୀତିରେ ଖୁସବୁ ବିଶେଷ ଅଭିଜ୍ଞ ନ ହେଲେ ହେଁ ଅଭିନୟ କ୍ଷେତ୍ରରେ ବେଶ ବଡ଼ ଚେହେରା । ଏମ.ଜି.ରାମଚନ୍ଦ୍ରନ, କରୁଣାନିଧି, ଜୟଲଳିତାଙ୍କ ପରି ଅନେକ ଅଭିନେତା ଓ ଅଭିନେତ୍ରୀ ତାମିଲନାଡ଼ୁରେ ଦୀର୍ଘକାଳ ଶାସନ କରିଛନ୍ତି । ଏହି ସ୍ଥିତିରେ ଖୁସବୁ ତାମିଲନାଡ଼ୁରେ ବିଜେପି ପାଇଁ ଆଶା ସୃଷ୍ଟି କରିଛନ୍ତି ।

ଖୁସବୁଙ୍କର ବେଶ୍ ଲୋକପ୍ରିୟତା ରହିଛି । ବଲିଉଡ଼ରୁ ଶିଶୁ କଳାକାର ଭାବରେ ସେ ଅଭିୟନ ଜୀବନ ଆରମ୍ଭ କରିଥିଲେ ହେଁ ପରବର୍ତୀ ସମୟରେ ସେ ତାମିଲ, ମାଲାୟଲମ, ତେଲୁଗୁ, କନ୍ନଡ଼ ଚଳଚିତ୍ରରେ ରଜନୀକାନ୍ତ, କମଳହାସନ, ନାଗାର୍ଜୁନ, ଭେଙ୍କଟେଶଙ୍କ ପରି ତାରକାଙ୍କ ସହ କାମ କରିଛନ୍ତି । ରିଅଲିଟି ସୋର ହୋଷ୍ଟେସ ଭାବରେ ସେ ପରିଚିତ ଅଛନ୍ତି । ତାଙ୍କ ନାଁରେ ପ୍ରଚଳିତ ଇଡ଼ଲି, ଗହଣା, ଶାଢ଼ୀ ମଧ୍ୟ ତାମିଲନାଡ଼ୁରେ ବେଶ୍ ଲୋକପ୍ରିୟ । ଏହି ସ୍ଥିତିରେ ଖୁସବୁ ବିଜେପି ପାଇଁ କେତେ ଲାଭଦାୟକ ହେବେ ତାହା ଭବିଷ୍ୟତ ହିଁ କହିବ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories