ଖୁଣ୍ଟା : ପଶୁଦାରେ ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲମ୍ବୋଦର ପୁଥାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସ୍ଥାନୀୟ ସରପଞ୍ଚ ମାଇନ ଟୁଡୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ନଗର ବିଡିଓ ମନୋଜ କୁମାର ବେହେରା ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଭଗୀରଥ ରାଉତ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ନମିତା ରାଉତ, ସଂଗ୍ରାମ କେଶରୀ ଲେଙ୍କା, ଚିତ୍ତରଞ୍ଜନ ଦାସ, ଗଜେନ୍ଦ୍ର କଟୁଆଳ ଯୋଗ ଦେଇଥିଲେ। ସତ୍ୟ ନାରାୟଣ ରାଉତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଯୁବବାହିନୀର ସଭାପତି ରାଧା କୃଷ୍ଣ ପାତ୍ର ଓ ସମ୍ପାଦକ ତଥାଗତ ରାଉତ ଓ ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ଯୁବଗୋଷ୍ଠୀ ଦାୟୀତ୍ୱର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉପରେ ଅତିଥି ମାନେ ନିଜର ମତ ଦେଇଥିଲେ।
Popular Categories



