ଖୋର୍ଦ୍ଧା : ଚିନ୍ତା ବଢାଉଛି କରୋନା। ପୁଣି ଥରେ ନିଜର କାୟା ବିସ୍ତାର କରୁଛି। ଆଜି ରାଜଧାନୀରେ ବାଣୀବିହାର ସ୍ଥିତ ଡିସିପି କାର୍ଯ୍ୟାଳୟରେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ଏବେ ନାଇଜର (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ) ରେ ୩୧ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଖବର ମିଳିଛି। ଉକ୍ତ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା ସହ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ସଙ୍ଗରୋଧରେ ରଖାଯାଇଛି। ଏନେଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ସୂଚନା ଦେଇଛନ୍ତି।
Popular Categories



