www.samajalive.in
Sunday, December 7, 2025
23.1 C
Bhubaneswar

ଭାରତକୁ ରୁଷର ନୂଆ ଉପହାର ଟି-୧୪ ଆର୍ମଟା ଟ୍ୟାଙ୍କ

ନୂଆଦିଲ୍ଲୀ: ନୂଆଦିଲ୍ଲୀକୁ ରୁଷ ସର୍ବାଧୁନିକ ଟି-୧୪ ଆର୍ମଟା ଟ୍ୟାଙ୍କ ଯୋଗାଇଦେବ । ଭାରତୀୟ ସେନା ପାଇଁ ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ଏହି ଟ୍ୟାଙ୍କ ଟି-୧୪ ଆର୍ମଟା ଟ୍ୟାଙ୍କ ପ୍ଲାଟଫର୍ମରେ ତିଆରି କରାଯାଉଛି । ଏହା ଭାରତୀୟ ସେନା ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଜଣାଯାଇଛି । ଭାରତ ଓ ରୁଷ ମଧ୍ୟରେ ରଣକୌଶଳାତ୍ମକ ସହଭାଗିତା ସଂପ୍ରତି ଶିଖର ଛୁଇଁଥିବାବେଳେ ମସ୍କୋ ଭାରତକୁ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛି । ଏବେ ଏହା ଟି-୧୪ ଆର୍ମଟା ଟ୍ୟାଙ୍କ ପ୍ଲାଟଫର୍ମରେ ମିଳିତ ଭାବରେ ନୂଆ ସାଞ୍ଜୁଆ ଗାଡିର ବିକାଶ ନିମନ୍ତେ ସାମରିକ-ବୈଷୟିକ ସହଯୋଗ (ଏମଟିସି) ଚୁକ୍ତି ଅନୁଯାୟୀ ପ୍ରସ୍ତାବ ଦେଇଛି ।
ଦୁଇ ଦେଶ ମଧ୍ୟରେ ଗତ ଡିସେମ୍ବର ୬ ତାରିଖରେ ଏମଟିସି ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଏବଂ ଏହା ୨୦୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଡିସେମ୍ବର ୬ରେ ଦିନିକିଆ ଭାରତ ଗସ୍ତରେ ଆସିଥିବା ଅବସରରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଟି-୧୪ ଆର୍ମଟା ଟ୍ୟାଙ୍କ ସମ୍ପର୍କରେ ଜଣାଯାଇଛି ଯେ ଏହା ସର୍ବାଧୁନିକ ମୁଖ୍ୟ ଲଢୁଆ ଟ୍ୟାଙ୍କ ଏବଂ ରୁଷ ଅଗ୍ରଣୀ ଯନ୍ତ୍ରପାତି ନିର୍ମାଣକାରୀ କମ୍ପାନୀ ଉରାଲଭାଗୋନଜାଭୋଦ ପକ୍ଷରୁ ଡିଜାଇନ କରାଯାଇଥିବା ଆର୍ମଟା ୟୁନିଭର୍ସାଲ କମ୍ବାଟ ପ୍ଲାଟଫର୍ମରେ ନିର୍ମିତ । ଗତ ବର୍ଷଗୁଡିକରେ ଏହା ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ପ୍ରଦର୍ଶିତ ହୋଇସାରିଛି । ୨୦୧୫ରେ ପ୍ରଥମକରି ଏହାକୁ ମସ୍କୋରେ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ଚାଳକ ଏକ ସ୍ୱତନ୍ତ୍ର ଭାବରେ ନିର୍ମିତ ସାଞ୍ଜ୍ରୁଆ କ୍ୟାପସୁଲ ମଧ୍ୟରେ ରହିଥାନ୍ତି ଏବଂ ଏହା ଗୋଳାବାରୁଦ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ରହିଥାଏ । ଏଥିରେ ରିମୋଟ ପରିଚାଳିତ ଲଢୁଆ ବ୍ୟବସ୍ଥା ରହିଛି । ଏଥିରେ ଶକ୍ତିଶାଳୀ କମାଣ ଏବଂ ସ୍ୱୟଂଚାଳିତ ଗୋଳା ବୋଝେଇ ବ୍ୟବସ୍ଥା ମଧ୍ୟ ରହିଛି । ଏହାର ଚାଳକଙ୍କ ନିକଟରେ ଭିଡିଓ ଉପକରଣ ଏବଂ ସେଥିରେ ସ୍ପର୍ଶ ସମ୍ବେଦୀ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି । ଏହା ସଂପ୍ରତି ବିଶ୍ୱରେ ରହିଥିବା ଟ୍ୟାଙ୍କ ବିଧ୍ୱଂସୀ ଯେକୌଣସି ଅସ୍ତ୍ରଶସ୍ତ୍ର ସହ୍ୟ କରିବାକୁ ସମର୍ଥ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories