www.samajalive.in
Monday, December 8, 2025
20.1 C
Bhubaneswar

ଏହି ସମୟରେ ପିଅନ୍ତୁ ଲେମ୍ବୁପାଣି ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକାଂଶ ଲୋକଙ୍କୁ ଲେମ୍ବୁପାଣି ପିଇବା ବେଶ ପସନ୍ଦ। କିଛି ଲୋକେ ଏହାକୁ ସକାଳେ ଏବଂ କିଛି ଏହାକୁ ଖାଦ୍ୟ ଖାଇବା ପରେ ପିଇଥାଆନ୍ତି। ଅନେକ ଲୋକେ ଏହାକୁ ଓଜନ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ପିଇଥାଆନ୍ତି। ଲେମ୍ବୁପାଣି ପିଇବା ଦ୍ୱାରା ଏହା ସୌନ୍ଦର୍ଯ୍ୟକୁ ମଧ୍ୟ ବୃଦ୍ଧି କରିଥାଏ। ମାତ୍ର ଲେମ୍ବୁପାଣି ପିଇବାର ଏକ ସଠିକ ସମୟ ମଧ୍ୟ ରହିଛି। ବିଶେଷ କରି ଦିନ ମଧ୍ୟରେ ୨ଟି ଏଭଳି ସମୟ ରହିଛି, ଯେଉଁ ସମୟରେ ଲେମ୍ବୁପାଣି ପିଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। ଜାଣନ୍ତୁ….
ସକାଳେ ସମୟରେ ଆପଣ ହାଲକା ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ଏହାକୁ ପିଇବା ଦ୍ୱାରା ଅନେକ ଉପକାର କରିଥାଏ। ଏହାର ଉତ୍ତମ ପ୍ରଭାବ ତ୍ୱଚାରେ ଦେଖାଯାଇଥାଏ। ପ୍ରତ୍ୟେକ ଦିନ ସକାଳେ ଲେମ୍ବୁପାଣିର ସେବନ ଦ୍ୱାରା ତ୍ୱଚାର ଚମକ ବଜାୟ ରହିବା ସହ ବୃଦ୍ଧି ପାଇଥାଏ।
ଲେମ୍ବୁରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି।ଯାହା ଥଣ୍ଡା-କାଶ ଭଳି ରୋଗ ସହ ଲଢେଇ କରିବାକୁ ଯଥେଷ୍ଟ ଶକ୍ତି ପ୍ରଦାନ କରିଥାଏ। ଏଥିରେ ଥିବା ପୋଟାସିୟମ ମସ୍ତିଷ୍କ ଓ ସ୍ନାୟୁକୁ ସୁସ୍ଥ ରଖିଥାଏ। ଏହାସହ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରିଥାଏ। ଲେମ୍ବୁପାଣି ପିଇବା ଦ୍ୱାରା ଶରୀରରୁ ଦୂଷିତ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଭିଟାମିନ ସି କାରଣରୁ ତ୍ୱଚା ନରମ ଓ ସୁସ୍ଥ ରହିଥାଏ।
ସକାଳେ ହାଲକା ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ଶରୀରରୁ ଦୂଷିତ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଏହାସହ ଏହା ଖାଦ୍ୟ ହଜମରେ ମଧ୍ୟ ସହାୟକ ହୋଇଥାଏ। ଓଜନ ହ୍ରାସ କରିଥାଏ।
ଏହା ବ୍ୟତୀତ ଅଧିକ ଶୋଷ ଲାଗିବା ସମୟରେ ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଆପଣଙ୍କ ମନ ଓ ଶରୀରକୁ ଶାନ୍ତି ପ୍ରଦାନ କରିଥାଏ। ଥକ୍କାପଣ ଦୂର ହୋଇଥାଏ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories