www.samajalive.in
Monday, December 8, 2025
24.1 C
Bhubaneswar

ଗୋଡଭଗା ଉପମଣ୍ଡଳ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗୋଡ଼ଭଗା ସବ୍ ବ୍ଲକ(ଉପମଣ୍ଡଳ)ସ୍ତରୀୟ ୧୭ ବର୍ଷରୁ କମ ବାଳକ ବାଳିକାମାନଙ୍କ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଦନ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ସାଧାରଣ ସଭାରେ ଅବସରପ୍ରାପ୍ତ ଖେଳ ଶିକ୍ଷକ କିଶୋର ପ୍ରଧାନ, ଭୁବନେଶ୍ବର ମହାକୁର ଓ  ସିଆରସିସି ରଶ୍ମିରାଣୀ ନନ୍ଦ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଖେଳ ଶିକ୍ଷକ ତ୍ରୈଲୋକ୍ୟ ନାୟକ ଅତିଥି ପରିଚୟ ପ୍ରଦାନ ଓ ସଭା ପରିଚାଳନା କରିଥିଲେ। ଅତିଥି କିଶୋର ପ୍ରଧାନ ଖେଳାଳିମାନଙ୍କୁ ଉତ୍ସାହିତ କରି କହିଥିଲେ ନିଜର ସ୍ବାସ୍ଥ୍ୟକୁ ଠିକ୍ ରଖିବା ଓ ନିୟମିତ ସାଧନା କଲେ ଜଣେ ଖେଳାଳି ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିପାରେ। ସ୍ଵାସ୍ଥ୍ୟବାନ ଖେଳାଳି ହିଁ କ୍ରୀଡାର ଉତ୍କର୍ଷତାକୁ ଲାଭ କରିପାରେ। ଅତିଥିମାନଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ ପରେ ଖେଳ ଆରମ୍ଭ ହୋଇଥିଲା। କ୍ରୀଡା ଶିକ୍ଷକ ବ୍ୟାସଦେବ ସାହୁ, ମକରଧ୍ବଜ ପ୍ରଧାନ, ଭୀମସେନ ସାହୁ ,ରମେଶ ଛନ୍ଦ ଓ ଅନିତା ଭୋଇ ଖେଳ ପରିଚାଳନା କରିଥିଲେ। ଏଥିରେ ୮୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ବାଳକ ବିଭାଗରେ ୧୨ ଜଣ, ବାଳିକା ବିଭାଗରୁ ୧୨ ଜଣ ବ୍ଲକ(ମଣ୍ଡଳ) ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ୧୧ ଜଣ ଖେଳ ଶିକ୍ଷକଶିକ୍ଷୟିତ୍ରୀ  ସହଯୋଗ କରିଥିବା ବେଳେ ମକରଧ୍ବଜ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories