www.samajalive.in
Saturday, December 6, 2025
26.1 C
Bhubaneswar

ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ଗିରଫ; ପଞ୍ଜାବରେ ଧରାପଡ଼ିଲେ ଦୁଇ ସହଯୋଗୀ

ଅଟାୱା: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଦଲା ଓରଫ ଅର୍ଶ ଦଲାକୁ କାନାଡା ପୁଲିସ ଗିରଫ କରିଛି। ରବିବାର ପ୍ରକାଶିତ କାନାଡା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅର୍ଶଦୀପ ଏକ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ। ସେ ମୃତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ଘନିଷ୍ଠ ସହଯୋଗୀ ଥିଲା। ଅକ୍ଟୋବର ୨୮ରେ କାନାଡାର ମିଲଟନ ସହରରେ ହୋଇଥିବା ଏକ ଗୁଳିକାଣ୍ଡ ଘଟଣାରେ ଅର୍ଶଦୀପକୁ ଗିରଫ କରାଯାଇଛି। ସେହିପରି ଭାରତର ପଞ୍ଜାବ ପ୍ରଦେଶର ମୋଗା ଜିଲାରେ କଂଗ୍ରେସ ନେତା ବଲଜିନ୍ଦର ସିଂହ ବାଲିଙ୍କ ହତ୍ୟା ପାଇଁ ଅର୍ଶଦୀପ ନିଜକୁ ଦାୟୀ କରିଥିଲା। ଅନ୍ୟପଟେ ରବିବାର ପଞ୍ଜାବ ପୁଲିସ ଅର୍ଶଦୀପଙ୍କ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଛି। ଗୁରୁପ୍ରୀତ ସିଂହ ହରି ନୌଙ୍କ ହତ୍ୟା ମାମଲାରେ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ପଞ୍ଜାବ ପୁଲିସ ମହାନିର୍ଦେଶକ (ଡିଜିପି) ଗୌରବ ଯାଦବଙ୍କ ସୂଚନା ଅନୁଯାୟୀ ରାଜ୍ୟ ପୁଲିସର ସ୍ବତନ୍ତ୍ର ଅଭିଯାନ ସେଲ୍‌, ଆଣ୍ଟି ଗ୍ୟାଙ୍ଗଷ୍ଟର ଟାକ୍ସଫୋର୍ସ ଓ ଫରିଦକୋଟ ପୁଲିସର ମିଳିତ ଅଭିଯାନରେ ଅର୍ଶଦୀପ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗୁରୁପ୍ରୀତ ସିଂହ ହରିଙ୍କୁ ଗତ ମାସରେ ଫରିଦକୋଟ ଜିଲାରେ ହତ୍ୟା କରାଯାଇଥିଲା। ଗିରଫ ହୋଇଥିବା ଅର୍ଶଦୀପଙ୍କ ଦୁଇ ସହଯୋଗୀ ଗତବର୍ଷ ନଭେମ୍ବରରେ ମଧ୍ୟପ୍ରଦେଶ​‌ ଗ୍ବାଲିୟରରେ ଯଶୱନ ସିଂହ ଗିଲ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories