www.samajalive.in
Thursday, December 11, 2025
15.1 C
Bhubaneswar

ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ; ଇଣ୍ଟରପୋଲ୍‌ ସହାୟତା ଲୋଡ଼ିବ ବାଂଲାଦେଶ

ଢାକା: ଦେଶରୁ ବିତାଡିତ ହୋଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ନିମନ୍ତେ ସେଠାକାର ଅନ୍ତରୀଣ ସରକାର ଇଣ୍ଟରପୋଲ୍‌ର ସହାୟତା ଲୋଡିବ ବୋଲି ଜଣାପଡିଛି। ହସିନାଙ୍କ ବିରୋଧ​‌େ​‌ର ଏକାଧିକ ମାମଲା ବର୍ତ୍ତମାନ ବାଂଲାଦେଶ ଅଦାଲତରେ ବିଚାରାଧୀନ ଥିବାରୁ ହସିନାଙ୍କୁ ସ୍ବଦେଶ ଫେରାଇ ଆଣିବା ଜରୁରୀ ହୋଇପଡିଛି। ସୂଚନାଯୋଗ୍ୟ ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଜନତାଙ୍କ ବିକ୍ଷୋଭ ତୀବ୍ର ଓ ହିଂସାତ୍ମକ ହେବାପରେ ହସିନା ଚଳିତବର୍ଷ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଂଲାଦେଶ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ଯୋଗେ ଭାରତର ହିଣ୍ଡନ ବାୟୁସେନା ଘାଟିରେ ଅବତରଣ କରିଥିଲେ। ସେଠାରେ ଦୁଇଦିନ ଅବସ୍ଥାନ କରିବା ପରେ ହସିନାଙ୍କୁ କଡା ସୁରକ୍ଷା ମଧ୍ୟରେ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି। ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ସେଠାକାର ସରକାର ଭାରତ ଉପରେ ଚାପ ପକାଇଥିଲେ ସୁଦ୍ଧା ଏପର‌୍ୟ୍ୟନ୍ତ ତାହା ଫଳପ୍ରଦ ହୋଇପାରିନାହିଁ। କ୍ଷମତାରେ ଥିବାବେଳେ ହସିନା ସଂରକ୍ଷଣ ବିରୋଧୀ ବିକ୍ଷୋଭକାରୀଙ୍କ ଉପରେ ସେନା କାର‌୍ୟ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ। ତେଣୁ ହସିନା ଓ ତାଙ୍କ କ୍ୟାବିନେଟ୍‌ର ଏକାଧିକ ମନ୍ତ୍ରୀ ଏବଂ ଆୱାମୀ ଲିଗ୍‌ ନେତାଙ୍କ ବିରୋଧରେ ନରସଂହାର ମାମଲା ରୁଜୁ କରାଯାଇଛି। ସେନା କାର‌୍ୟ୍ୟାନୁଷ୍ଠାନରେ ୭୫୩ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ହସିନା ଓ ତାଙ୍କର ସହଯୋଗୀଙ୍କ ବିରୋଧରେ ୬୦ରୁ ଅଧିକ ମାମଲା ରୁଜୁ କରାଯାଇଛି। ମାନବାଧିକାରକୁ ହତ୍ୟା କରିଥିବା ଏହି ଅପରାଧୀମାନେ ବିଶ୍ବର ଯେ କୌଣସି ସ୍ଥାନରେ ଲୁଚିଥିଲେ ସୁଦ୍ଧା ଇଣ୍ଟରପୋଲ ସହାୟତାରେ ଏମାନଙ୍କୁ ସ୍ବଦେଶ ଫେରାଇ ଅଣାଯିବ ବୋଲି ବାଂଲାଦେଶର ଆଇନ ବିଭାଗ ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories