www.samajalive.in
Saturday, December 6, 2025
26.1 C
Bhubaneswar

୪ ଅନାଥ ନାବାଳିକାଙ୍କୁ ସହାୟତାର ହାତ ବଢ଼ାଇଲା ‘କିସ୍‌’ ଫାଉଣ୍ଡେସନ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତ ଅନ୍ତର୍ଗତ ଲଂଘର ଗ୍ରାମର ଶ୍ରମଜୀବୀ ମହିଳା ବିଧବା ଉମା ଦାସଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଅନାଥ ହୋଇଯାଇଥିବା ତାଙ୍କର ୪ ଶିଶୁକନ୍ୟାଙ୍କୁ ସହାୟତାର ହାତ ବଢାଇଛନ୍ତି ‘କିସ’ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଏଭଳି ଦୁଃଖଦ ଖବର ଆଜି ଦୈନିକ ‘ସମାଜ’ରେ ବିସ୍ତୃତ ଭାବେ ପ୍ରକାଶ ପାଇଥିଲା। ‘ସମାଜ’ ସମ୍ପାଦକଙ୍କ ସହ ଯୋଗାଯୋଗ କରି ଅନାଥ ହୋଇଯାଇଥିବା ଉକ୍ତ ୪ଜଣ କନ୍ୟା ସନ୍ତାନଙ୍କୁ ମାସିକ ଭରଣପୋଷଣ ପାଇଁ ୧୦,୦୦୦ ଟଙ୍କା ପ୍ରଦାନ କରିବା ସହ ଆବଶ୍ୟକ ପଡିଲେ ଭୁବନେଶ୍ୱରସ୍ଥିତ କିସ୍ ଫାଉଣ୍ଡେସନର ଏକ ଟିମ ସଂପୃକ୍ତ ନାବାଳିକାଙ୍କ ଘରକୁ ଯାଇ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

ଏଭଳି ଦୁଃଖଦ ଖବର ପାଇ ସମାଜସେବୀ ଆରତୀ ପ୍ରଧାନ କିସ୍ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ସହ ଯୋଗାଯୋଗ କରିଥିଲେ। ସେହିପରି ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ କିସ୍ ପ୍ରତିଷ୍ଠାତାଙ୍କ ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇବା ସହ ଖଲ୍ଲିକୋଟ ବିଡିଓ ନବକୃଷ୍ଣ ଜେନା ସାଂସଦଙ୍କ ଉପରେ ଦୃଢ ଆସ୍ଥା ପ୍ରକଟ କରିଛନ୍ତି।

- Advertisement -

ଶ୍ରୀକୃଷ୍ଣଶରଣପୁର ସରପଞ୍ଚ ରବୀନ୍ଦ୍ର ସେଠି ସ୍ଥାନୀୟ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଭେଟି ରେଡକ୍ରସ ପାଣ୍ଠିରୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି। ଉକ୍ତ ଘଟଣା ଜିଲା ଶିଶୁ କଲ୍ୟାଣ ବୋର୍ଡର ଦୃଷ୍ଟିକୁ ଆଣି ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ସିଡିପିଓ ଅଂଶୁପା ସାହୁ ପ୍ରକାଶ କରିଛନ୍ତି। ବିଧବା ଉମାଙ୍କ ମୃତ୍ୟୁକୁ ୩ଦିନ ବିତିଯାଇଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାଦ୍ ଦେଲେ ଏଯାବତ କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି। ୪ଜଣ କନ୍ୟା ସନ୍ତାନ ନିଜ ଜନ୍ମଦାତ୍ରୀଙ୍କୁ ହରାଇ କାନ୍ଦି କାନ୍ଦି ଲୋଟି ପଡୁଥିବା ବେଳେ ତାଙ୍କ ପାଖରେ ବୃଦ୍ଧା ଆଈ ଏକମାତ୍ର ଭରସା ପାଲଟିଛନ୍ତି। ଏବେ ବି ୪ଜଣ ଅନାଥ ନାବାଳିକା ଅଖିଆଅପିଆ ଅବସ୍ଥାରେ ଘର କୋଣରେ ପଡି ରହି ମା’ଙ୍କ ସ୍ମୃତିକୁ ସାଉଁଟୁଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories