www.samajalive.in
Monday, December 15, 2025
26.1 C
Bhubaneswar

ପ୍ରାଇଭେଟ୍‌ ଡାକ୍ତରଖାନାରେ ନକଲି ନର୍ସ ହୋଇ ଏପରି କରିଥିଲେ ହତ୍ୟା ଯୋଜନା- ହେଲେ ଏମିତି ଧରା ପଡିଗଲେ ମହିଳା

ଥିରୁଭାନନ୍ତପୁରମ – କେରଳ ପଥାନାମଥିଟ୍ଟାରେ ନକଲି ନର୍ସ ବନି ହତ୍ୟା ଉଦ୍ୟମ କରିବା ବେଳେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଏହି ମହିଳା ଜଣଙ୍କ ନର୍ସ ବେଶରେ ଡାକ୍ତରଖାନାରେ ଚିକିତ୍ସିତ ଜଣେ ମହିଳାଙ୍କ ଧମନୀରେ ଖାଲି ସିରିଞ୍ଜିରେ ପବନ ଭରି ଇଂଜେସନ୍‌ ଦେଉଥିଲେ । ଏପରି କଲେ ମୃତ୍ୟୁ ହେବାର ଆଶଙ୍କା ରହିଛି । ମାତ୍ର ଏହି ସମୟରେ ମହିଳାଙ୍କ ନିକଟରେଥିବା ତାଙ୍କ ମାଆଙ୍କର ସନ୍ଦେହ ହୋଇଥିଲା । ଫଳରେ ଅନୁଷା ନାମକ ନକଲି ନର୍ସକୁ ଗିରଫ କରାଯାଇଛି ।

ସ୍ନେହା ନାମକ ଜଣେ ମହିଳା ପ୍ରସବ ପାଇଁ ଡାକ୍ତରଖାନା ଆସିଥିଲେ । ନକଲି ନର୍ସ ବେଶରେ ଅନୁଷା ନାମକ ମହିଳା ଆସି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ସେ ଖାଲି ସିରିଞ୍ଜରେ ଇଂଜେକସନ୍‌ ଦେଉଥିବାରୁ ସ୍ନେହାଙ୍କ ମାଆଙ୍କର ସନ୍ଦେହ ହୋଇଥିଲା । ସେ ତୁରନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷକୁ ଡାକି ଏ ବିଷୟରେ କହିଥିଲେ ।

- Advertisement -

ତୁରନ୍ତ ହତ୍ୟା ଉଦ୍ୟମ କରୁଥିବା ଅନୁଷାଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ କାବୁ କରିଥିଲେ । ପୁଲିସ ହତ୍ୟା ଉଦ୍ୟମକାରୀ ମହିଳାଙ୍କୁ ଗିରଫ କରିଛି । ଏହି ମହିଳା ସ୍ନେହାଙ୍କ ସ୍ୱାମୀଙ୍କର ପ୍ରେମିକା । ଦି ଜଣଙ୍କର ସମ୍ପର୍କ ଥିଲା । ସେ ସ୍ନେହାଙ୍କୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା ଉଦ୍ୟମ କରିଥିବା ସ୍ୱୀକାର କରିଛି । ଏଥିରେ ସ୍ନେହାଙ୍କ ସ୍ୱାମୀ ଅରୁଣଙ୍କର ଭୂମିକା ରହଛିକି ନାହିଁ ପୁଲିସ ତାହାର ତଦନ୍ତ କରୁଛି । ହତ୍ୟା ଉଦ୍ୟମ କରିଥିବା ଅନୁଷା ଫାର୍ମାସୀ କରିଥିବାରୁ ସେ ଇଂଜେକସନ୍‌ ବିଷୟରେ ଜାଣିଥିବା କୁହାଯାଉଛି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories