www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ମୁକାବିଲା : ଭିଏତନାମ ମଡ଼େଲ ଆପଣାଇ ଦେଶରେ କେରଳ ଶ୍ରେଷ୍ଠ

ଭୁବନେଶ୍ବର (ବ୍ୟୁରୋ): ସାରା ଦେଶ ପାଇଁ ଏବେ ଆଦର୍ଶ ପାଲଟିଛି ଦକ୍ଷିଣ ଭାରତୀୟ ରାଜ୍ୟ କେରଳ । ସାରା ଦେଶରେ ପ୍ରଥମ କରୋନା ସଂକ୍ରମିତ କେରଳରେ ଚିହ୍ନଟ ହୋଇଥିଲେ । ଚୀନର ଉହାନ ସହରରେ ଡ଼ାକ୍ତରୀ ପଢ଼ୁଥିବା ଜଣେ ଛାତ୍ର କରୋନା ସଂକ୍ରମିତ ହୋଇ ରାଜ୍ୟକୁ ଫେରିବା  ପରେ କେରଳ ସରକାର ଆରମ୍ଭ କରିଥିଲେ ସଜବାଜ । ଭିଏତନାମ ଢ଼ାଞ୍ଚାରେ କେରଳରେ ପ୍ରସ୍ତୁତ ହୋଇଥିଲା ରଣନୀତି । ପରିଣତିସ୍ବରୂପ କେରଳ ଏବେ ଅନ୍ୟ ରାଜ୍ୟଠାରୁ ଢ଼େର ଭିନ୍ନ । ଏହି ରାଜ୍ୟରେ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ସୋମବାର ସୁଦ୍ଧା କେରଳରେ ୧୭୮ ଜଣ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ତୁଳନାରେ ୧୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଠାରେ ମାତ୍ର ୩ ଜଣଙ୍କ ମୃତ୍ୟୁ ଘଟିଛି।ଗତ ୧୪ ଦିନ ହେଲା କେରଳର କିଛି ଜିଲ୍ଲାରେ ଆଦୌ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଏହି କେରଳରେ ଦେଶର ପ୍ରଥମ କରୋନା ରୋଗୀ ଜାନୁଆରୀ ୩୦ରେ ଚିହ୍ନଟ ହୋଇଥିଲେ ।

ଚୀନକୁ ଲାଗି ରହିଥିବା ଦେଶ ଭିଏତନାମ ଆରମ୍ଭରୁ କରୋନା ମୁକାବିଲା ନିମନ୍ତେ ପଦକ୍ଷେପ ନେଇଥିଲା । ଚୀନ୍ ଆୟତନର ଏହି ଦେଶ ଦଶ ଭାଗରୁ ଭାଗେ ଏବଂ ଲୋକସଂଖ୍ୟା ୯ କୋଟିରୁ ସାମାନ୍ୟ ଅଧିକ । ଭିଏତନାମ କମ୍ୟୁନିଷ୍ଟ ଶାସିତ ଦେଶ ଏବଂ ଭାରତ ସହ ନେପାଳ ସମ୍ପର୍କ ପରି ଏହାର ସମ୍ପର୍କ ଚୀନ ସହିତ ନିବିଡ଼ । ଏହି ଦେଶରେ ସ୍ବାସ୍ଥ୍ୟସେବା ମଧ୍ୟ ଏତେ ବିକଶିତ ନୁହେଁ । ସାରା ଦେଶରେ ମାତ୍ର ୧୦୦୦ ଭେଣ୍ଟିଲେଟର ଉପଲବ୍ଧ ଅଛି ଏବଂ ପ୍ରତି ୧୦ହଜାର ଲୋକଙ୍କ ଅନୁପାତରେ ଡ଼ାକ୍ତରଙ୍କ ସଂଖ୍ୟା ମାତ୍ର ୮ । ଏହା ସତ୍ତ୍ବେ ୯ ଏପ୍ରିଲ ସୁଦ୍ଧା ଭିଏତନାମରେ ଜଣେ ବି ଲୋକ କରୋନାରେ ମୃତ୍ୟୁବରଣ କରି ନାହାନ୍ତି ।

- Advertisement -

ଭିଏତନାମ ସରକାର କଣ ପଦକ୍ଷେପ ନେଇଥିଲେ ?

ଚୀନରେ କରୋନା ସଂକ୍ରମଣ ସୂଚନା ମିଳିବା ସଙ୍ଗେସଙ୍ଗେ  ଭିଏତନାମ ସରକାର ଜାନୁଆରୀ ମାସରୁ ସବୁ ସଡ଼କ ପଥ ଚୀନ ସହ ବନ୍ଦ କରିଦେଇଥିଲେ । ଫେବ୍ରୁଆରୀ ୧୩ ତାରିଖରୁ ଚୀନ ସହ ସମସ୍ତ ଆନ୍ତର୍ଜାତିକ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।ଉହାନରୁ ସହର ସହ ଯେଉଁ ଅଞ୍ଚଳରୁ ବେଶୀ ଲୋକ ଯାତାୟତ କରୁଥିଲେ ସେହି ଅଞ୍ଚଳକୁ ପୁରା ଲକ୍ ଡ଼ାଉନ କରି ଦିଆଯାଇଥିଲା   ସ୍କୁଲ କଲେଜକୁ ଜୁନ୍ ମାସ ପର୍ଯ୍ୟନ୍ତ ଛୁଟି କରି ଦିଆଯାଇଥିଲା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରି ଦିଆଯାଇଥିଲା ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories