www.samajalive.in
Sunday, December 14, 2025
23.1 C
Bhubaneswar

କେରଳରେ ଅରେଞ୍ଜ ଆଲର୍ଟ, ତଥାପି ସଙ୍କଟ ଟଳିନି

ତିରୁଭାନନ୍ତପୁରମ୍‍: ଆସନ୍ତା ୫ ଦିନ ପର୍ଯ୍ୟନ୍ତ କେରଳରେ ସେଭଳି ବଡ଼ ବର୍ଷା କିମ୍ବା ବନ୍ୟା ଆଶଙ୍କା ନଥିବା ପାଣିପାଗ ବିଭାଗ କହିଛି। ପାଖାପାଖି ଗତ ୧୦ ଦନ ଧରି ବନ୍ୟା ଘେରରେ ରହିଥିôବା କେରଳବାସୀଙ୍କୁ ପାଣିପାଗ ବିଭାଗର ଏହି ପୂର୍ବାନୁମାନ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଥିଲେ ହେଁ ସଙ୍କଟ ଏବେ ବି ରହିଛି। ସମ୍ବେଦନଶୀଳ ଅଞ୍ଚଳରେ ରେଡ୍‍ ଆଲର୍ଟ ପ୍ରତ୍ୟାହାର କରି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଜି ସକାଳୁ ବର୍ଷା ସାମାନ୍ୟ ହ୍ରାସ ପାଇଛି।
ଅପରପକ୍ଷରେ ଉଦ୍ଧାର ଓ ରିଲିଫ୍‍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ତିନି ସେନା ବାହିନୀ, ଏନ୍‍ଡିଆରଏଫ୍‍ ଓ ସ୍ୱେଚ୍ଛାସେବୀ ବାହିନୀର ଉଦ୍ଧାରକାରୀ ଦଳ ୨୪ ଘଣ୍ଟିଆ ଉଦ୍ଧାର ଓ ରିଲିଫ୍‍ କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ସବୁ ଅଞ୍ଚଳରେ ପହଞ୍ଚିବା ସମ୍ଭବ ହୋଇନି। ହଜାର ହଜାର ଲୋକ ଭୋକ ଓପାସରେ ରହିଛନ୍ତି। ମନ୍ଦିର, ମସଜିଦ୍‍, ଚର୍ଚ୍ଚ, ସ୍କୁଲ୍‍ କଲେଜ୍‍ରେ ଆଶ୍ରୟ ନେଇଥିବା ଲୋକମାନେ ଖାଦ୍ୟ ଓ ପାଣି ବିନା କଲବଲ ହୋଇଛନ୍ତି। କେତେକ ସ୍ଥାନରେ କେବଳ ଜରୁରୀକାଳୀନ ଖାଦ୍ୟ ସାମଗ୍ରୀ ଯୋଗାଇବା ସମ୍ଭବ ହୋଇଛି। ପାଣି ପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟ୍ରେନ୍‍ ଯୋଗେ ପାନୀୟ ଜଳ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଅଗଷ୍ଟ ୮ ତାରିଖରୁ ଏ ପର୍ଯ୍ୟନ୍ତ ବନ୍ୟା ଓ ଭୂସ୍ଫଳନରେ ୩୫୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଲକ୍ଷ ଲୋକଙ୍କୁ ୩୦୦୦ ଆଶ୍ରୟସ୍ଥଳରେ ରଖାଯାଇଛି। ତଥାପି ହଜାର ହଜାର ଲୋକ ଗଛ ଓ ଛାତ ଉପରେ ଅସହାୟ ଅବସ୍ଥାରେ ଅଟକି ରହିଛନ୍ତି।
ବନ୍ୟା ଓ ଭୂସ୍ଫଳନରେ ପ୍ରାୟ ୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‍ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା କ୍ଷୟକ୍ଷତି ପାଇଁ ୫୦୦ କୋଟି ଟଙ୍କାର ସରକାରୀ ସହାୟତା ଘୋଷଣା କରିଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି କହିଛନ୍ତି। ସୋମବାରଠାରୁ କୋଚି ସ୍ଥିତ ନାଭାଲ୍‍ ଏୟାରଷ୍ଟ୍ରିପ୍‍କୁ ବିମାନ ବନ୍ଦର ରୂପେ ଅସ୍ଥାୟୀ ଭାବେ କାମ କରିବ ବୋଲି ଘୋଷଣା କରାଯାଇଛି। ସଂଖ୍ୟାଧିକ କେରଳୀ ରହିଥିବା ସଂଯୁକ୍ତ ଆରବ ଏମିରଟସ ପକ୍ଷରୁ କେରଳରେ ସହାୟତା ପାଇଁ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories