ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ପକ୍ଷରୁ ସଡକ ସୁରକ୍ଷା ସଚେତନତା
କେନ୍ଦୁଝରଗଡ଼: ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ପକ୍ଷରୁ ଶନିବାର ସଡକ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଭୂତତ୍ତ୍ୱ ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ ଲଳିତ ରଞ୍ଜନ ଦାସ ସଡକ ସୁରକ୍ଷାର ମନ୍ତ୍ର ବାଣ୍ଟିବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କ ମାର୍ଗଦର୍ଶିକାକୁ ସମସ୍ତେ ପାଳନ କରିବା ସହ ନିଜ ନିଜ ସମ୍ପକୀୟ ମାନଙ୍କୁ ମଧ୍ୟ ନିୟମ ସମ୍ପର୍କରେ ସଚେତନ କରିବାକୁ ପ୍ରାଧ୍ୟାପକ ଡ. ଦାସ ଆହ୍ୱାନ ଦେଇଥିଲେ।
ଶିକ୍ଷା ବିଭାଗ ମୁଖ୍ୟ ପ୍ରାଧ୍ୟାପକ ରାମଚନ୍ଦ୍ର ମଲ୍ଲ ଏଥିରେ ଯୋଗଦେଇ ସଡକ ସୁରକ୍ଷାର ସମସ୍ତ ଶୃଙ୍ଖଳାକୁ ଯଦି ଆମେ ପାଳନ କରିବା ତେବେ ଆମ ଜୀବନ ବଞ୍ଚିବା ସହ ଅନ୍ୟର ଜୀବନକୁ ମଧ୍ୟ ସୁରକ୍ଷିତ ରଖାଯାଇ ପାରିବ ବୋଲି କହିଥିଲେ। ରସାୟନବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ବିଷ୍ଣୁଚରଣ ଦାସ ଯୋଗଦେଇ ସଡକ ସୁରକ୍ଷାକୁ ପାଳନ କଲେ ଦୁର୍ଘଟଣାକୁ ଏଡାଇ ଦେଇହେବ ବୋଲି କହିଥିଲେ।
ଯୁକ୍ତ ୨ ଜାତୀୟ ସେବା ସଂସ୍ଥା ସଂଯୋଜିକା ସୁସ୍ମିତା ମଞ୍ଜରୀ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇ ସାଧାରଣରେ ସଡକ ସୁରକ୍ଷା ସମ୍ପର୍କିିତ ସଚେତନତା ସୃଷ୍ଟି କରିଥିଲେ। ଅଧ୍ୟାପକ ହରପ୍ରସାଦ ମାଝୀ, ସୂର୍ଯ୍ୟକାନ୍ତ ନାଏକ, ମୁନ୍ନା ପାତ୍ର, ମୋନାଲିସା ଦାସ, ଗିତାଞ୍ଜଳୀ ନାଏକ, ବାଣିଶ୍ରୀ ଦାସ, ସୁମିତା ହାଁସଦା, ଦିପ୍ତୀମୟୀ ସାହୁ, କଳ୍ପଲତା ଦାସ, ଆଲଫା ସରିତା ମହାନ୍ତି, ସନ୍ଧ୍ୟାରାଣୀ ଶଙ୍ଖୁଆଳ, ରାଜଲକ୍ଷ୍ମୀ ମହାନ୍ତି, କାବ୍ୟାଶ୍ରୀ ନନ୍ଦଙ୍କ ସମେତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Comments are closed.