www.samajalive.in
Friday, December 12, 2025
19.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟ : ଖଣିଜ ଅନ୍ୱେଷଣ ଓ ଗୁଣବତ୍ତା ପରୀକ୍ଷଣ ପାଇଁ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

କେନ୍ଦୁଝରଗଡ଼: ଆସନ୍ତା ସେପ୍ଟେମ୍ବର ୨୦ ଓ ୨୧ ତାରିଖ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୧ ତାରିଖ ଧରଣୀଧର ବିଶ୍ୱବିଦ୍ୟାଳୟର ସୁଲେଇଖମାରସ୍ଥିତ ଦକ୍ଷିଣ ପରିସରର ନବନିର୍ମିିତ ଶୈକ୍ଷିକ ଭବନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପଣ କରିବା ନେଇ ସମ୍ମତି ପ୍ରଦାନ କରିଥିବା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ସୂଚନା ଦେଇଛନ୍ତି।

କୁଳପତି ପ୍ରଫେସର ମହାନ୍ତି ନିକଟରେ ଭୁବନେଶ୍ୱର ଗସ୍ତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଦୀର୍ଘ ୩ଘଣ୍ଟା ଆଲୋଚନା ସମୟରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକର ବିକାଶ ସହ ମାନବସମ୍ବଳ ନିଯୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଆଲୋଚନ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାକୁ ଗୁରୁତ୍ୱ ଦେଇ ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରିସରରେ ଥିବା ଶୈକ୍ଷିମ ଭବନର ଆନୁସଙ୍ଗିକ କାର୍ଯ୍ୟ ଶେଷ ସହ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବାକୁ କେନ୍ଦୁଝର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା କୁଳପତି ପ୍ରଫେସର ମହାନ୍ତି କହିଛନ୍ତି।

- Advertisement -

ଦକ୍ଷିଣ ପରିସରର ନୂତନ ଶୈକ୍ଷିକ ଭବନକୁ ବିଜ୍ଞାନ ପରିସର ସହ ସେଠାରେ କେବଳ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଚଳିତବର୍ଷ ଠାରୁ ଆରମ୍ଭ ହେବାକୁ ଥିବାରୁ ତୁରନ୍ତ ଦକ୍ଷିଣ ପରିସର ଶୈକ୍ଷିକ ଭବନରେ ବିଜ୍ଞାନାଗାର ପ୍ରତିଷ୍ଠା ସହ ଆନୁସଙ୍ଗିକ ସାମଗ୍ରୀ ଓ ଉପକରଣ ଯୋଗାଇ ଦେବାକୁ ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ ବା ଓମ୍ବାଡସିରୁ ଅର୍ଥ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଦୃଷ୍ଟିରୁ ଦକ୍ଷିଣ ପରିସରକୁ ଲାଗି ଆହୁରି ଅଧିକ ୫୦ଏକର ଜମି ଯୋଗାଇ ଦେବା, ଉତ୍ତର ପରିସର ଠାରୁ ଦକ୍ଷିଣ ପରିସର ଦୂରତାକୁ ଦୃଷ୍ଟିରେ ରଖି ତୁରନ୍ତ ଦୁଇଟି ବସ୍‌‌ ଯୋଗାଣ, ଉତ୍ତର ପରିସରରେ ଥିବା କନଫରେନ୍ସହଲର ଅତ୍ୟାଧୁନିକୀକରଣ, ଉତ୍ତର ପରିସରରେ ବେଆଇନ ଜବରଦଖଲକୁ ଚିହ୍ନଟ କରି ତୁରନ୍ତ ଉଛେଦ ପ୍ରକ୍ରିୟା ଆରମ୍ଭ ସହ ଉଭୟ ଉତ୍ତର ଓ ଦକ୍ଷିଣ ପରିସରର ବିଶ୍ୱସ୍ତରୀୟ ମାଷ୍ଟରପ୍ଲାନ ପ୍ରସ୍ତୁତ ସହ ଦାଖଲ କରିବାକୁ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ବିଶ୍ୱବିଦ୍ୟାଳୟରେ ୫୦୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବାବେଳେ ମାତ୍ର ୧୩୦୦ଛାତ୍ରଛାତ୍ରୀଙ୍କ ପାଇଁ ୨ଟି ଛାତ୍ରାବାସ ଓ ୭ଟି ଛାତ୍ରୀନିବାସ ଥିଲେ ହେଁ ଏଥିମଧ୍ୟରୁ ଗୋପବନ୍ଧୁ ଛାତ୍ରାବାସ ଏବଂ କସ୍ତୁରୀ ଓ ଅଭିପ୍ସା ଛାତ୍ରୀନିବାସ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ତୁରନ୍ତ ଏହାର ସୁରକ୍ଷା ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ୬ ମହଲା ବିଶିଷ୍ଟ ୬ଟି ଛାତ୍ରାବାସ ନିର୍ମାଣ ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଦେଶ କରିଛନ୍ତି। ସେହିଭଳି ବିଶ୍ୱବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ଷମ ଅନ୍ୱେଷା ହଷ୍ଟେଲ ଓ ଏନ୍‌‌ସିସି ୧୪ ବାଟାଲିୟନକୁ ତୁରନ୍ତ ସ୍ଥାନାନ୍ତର ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ୫ଏକର ଜମି ଉପରେ ଗଢ଼ି ଉଠିଥିବା ଔଷଧିୟ ବାଟିକାର ରକ୍ଷଣାବେକ୍ଷଣ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲାପାଳଙ୍କୁ ନିର୍ଦ୍ଦେଶ କରିଛନ୍ତି।

ବିଶ୍ୱବିଦ୍ୟାଳୟ ଅଧିନରେ ଚାଲି ଆସୁଥିବା ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ କିଭଳି ବିଶ୍ୱବିଦ୍ୟାଳୟରୁ ପୃଥକ କରାଯାଇ ନୂତନ ଭାବେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ହୋଇପାରିବ ସେ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ହୋଇଥିବା ଜଣାପଡିଛି। ଖଣିବହୁଳ ଏହି ଜିଲାରେ ଖଣିଜ ଅନ୍ୱେଷଣ ଓ ଗୁଣବତ୍ତା ପରୀକ୍ଷଣ ନିମନ୍ତେ ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରିସରରେ ତୁରନ୍ତ ଏକ ଉତ୍କର୍ଷକେନ୍ଦ୍ର କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories