www.samajalive.in
Tuesday, December 9, 2025
23.1 C
Bhubaneswar

ଆନନ୍ଦପୁର ଓ ବଡବିଲ୍‌ରେ ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ସ୍ଥାପନ

କେନ୍ଦୁଝରଗଡ଼: ଟାଟା ପାୱାର ନଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ କେନ୍ଦୁଝର ଜିଲା ଆନନ୍ଦପୁର ଓ ବଡବିଲଠାରେ ଉଚ୍ଚକ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ଉପଭୋକ୍ତାଙ୍କ ଲୋ-ଭୋଲଟେଜ୍‌‌ ସମସ୍ୟାର ସମାଧାନ କରାଯାଇଛି। ବଡବିଲ ହସ୍ପିଟାଲଠାରେ ଥିବା ୨୫୦ କେଭି କ୍ଷମତା ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରାଯାଇ ୪୦୦କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ବଡବିଲ୍ ହସ୍ପିଟାଲ ଓ ସ୍ଥାନୀୟ ବଜାରର ଉପଭୋକ୍ତାଙ୍କ ଆବଶ୍ୟକ ଚାହିଦାକୁ ପୂରଣ କରାଯାଇପାରିବ ବୋଲି କୁହାଯାଇଛି। ଫଳରେ ବଡବିଲବାସୀଙ୍କୁ ଲୋ-ଭୋଲଟେଜ୍‌ଜନିତ କୌଣସି ସମସ୍ୟାର ଆଉ ସମ୍ମୁଖୀନ ହେବାକୁ ପଡ଼ିବନାହିଁ ବୋଲି କୁହାଯାଇଛି। ସେହିଭଳି ଆନନ୍ଦପୁରର ଉପଭୋକ୍ତାଙ୍କ ବିଜୁଳି ଚାହିଦାକୁ ଆଖି ଆଗରେ ରଖି ଶିବନାରାୟଣପୁରଠାରେ ଥିବା ୧୦୦କେଭି ଡିଟିଆର କ୍ଷମତାକୁ ୨୫୦କେଭିକୁ ବୃଦ୍ଧି କରାଯାଇ ଗ୍ରାହକଙ୍କୁ ଉଚ୍ଚମାନର ବିଦ୍ୟୁତ ସେବା ଯୋଗାଣ ଆରମ୍ଭ ହୋଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories