www.samajalive.in
Sunday, August 3, 2025
27.9 C
Bhubaneswar

ନିର୍ମାଣାଧୀନ ବାଁପାର ଶ୍ମଶାନକୁ ବିରୋଧ

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ମଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ବାଁପାରଠାରେ ନିର୍ମାଣାଧୀନ ଶ୍ମଶାନକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଆସୁଛନ୍ତି। ବାଁପାର ମୌଜାର ୪୦୪ନଂ ପ୍ଲଟରେ ସର୍ବସାଧାରଣଙ୍କ ନିମନ୍ତେ ରାସ୍ତା ପାଇଁ ଉଦ୍ଦିଷ୍ଟ ଜମିରେ ବେଆଇନ ଭାବେ ଜୋରଜବରଦସ୍ତ ଶ୍ମଶାନ ନିର୍ମାଣକୁ ଉକ୍ତ ଅଞ୍ଚଳରେ ଘର କରି ରହିଥିବା ଲୋକଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି। ଶ୍ମଶାନ ନିର୍ମାଣକୁ ବିରୋଧ କରୁଥିବା ଲୋକଙ୍କୁ କେତେକ ଅସାମାଜିକ ବ୍ୟକ୍ତି ଧମକଚମକ ଦେବା ଫଳରେ ମଙ୍ଗଳବାର ଏନେଇ ଜିଲା ପ୍ରଶାସନ ନିକଟରେ ଫେରାଦ ହେବାପରେ ରାସ୍ତା ଉପରେ ନିର୍ମାଣାଧୀନ ଶ୍ମଶାନକୁ ତୁରନ୍ତ ବନ୍ଦ କରିବା ପାଇଁ ଅମରେନ୍ଦ୍ର ସାହୁ, ସୁନୀଲ କୁମାର ନନ୍ଦ, ସୁମିତ୍ରା ମହାନ୍ତ, ପ୍ରମୋଦ କୁମାର ମହାନ୍ତ, ଅମୀୟ କୁମାର ବେହେରା, ସବିତା ବେହେରା, ବିଳାସ ନାଏକ, ମହେଶ୍ୱର ଦାଶ, ଚନ୍ଦ୍ରମା ସାହୁ ପ୍ରମୁଖ ଅତିରିକ୍ତ ଜିଲାପାଳଙ୍କୁ ଭେଟି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Hot this week

ବଳଙ୍ଗା ପୀଡିତାଙ୍କ ମୃତ୍ୟୁପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢିଲା

ଭୁବନେଶ୍ୱର - ଦିଲ୍ଲୀ ଏମ୍ସରେ ବଳଙ୍ଗାରେ ପୋଡିହୋଇଥିବା ପୀଡିତାଙ୍କର ମୃତ୍ୟୁ ହୋଇଛି...

ବଳଙ୍ଗା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ: ଓଡ଼ିଶା ପୁଲିସ

ସମାଜ ଡିଜିଟାଲ ଡେସ୍କ: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଛି...

ମଦଭାଟି ଉପରେ ଚାଲିଲା ବୁଲଡୋଜର

ଆଠଗଡ: ଚୋରା ଦେଶୀ ମଦର କୂଟୀର ଶିଳ୍ପ ପାଲଟିଥିବା ଆଠଗଡ ଥାନା...

୩୨୦ ବୋତଲ ନକଲି କଫସିରପ ଜବତ, ୩ ଗିରଫ

ରେଙ୍ଗାଲିକ୍ୟାମ୍ପ: ନକଲି କଫସିରଫ ବିକ୍ରି କରୁଥିବା ୩ ଅଭିଯୁକ୍ତ ଅତାବିରା ପୁଲିସ...

ଉତ୍କଳମଣିଙ୍କ ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ

ସାକ୍ଷୀଗୋପାଳ: ସମାଜର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଐତିହାସିକ...

Related Articles

Popular Categories