www.samajalive.in
Friday, December 12, 2025
15.1 C
Bhubaneswar

ପ୍ରସ୍ତାବିତ ଶୁଆକାଟୀ-ଗୁହାଳଡିହି ରେଳପଥ ନିର୍ମାଣକୁ ବିରୋଧ, ଜିଲାପାଳ ଓ ଏସପିଙ୍କୁ ଭେଟିଲେ ଟ୍ରକ ମାଲିକ ସଂଘ ପ୍ରତିନିଧି

କେନ୍ଦୁଝରଗଡ: ଓଡିଶା ଖଣି ନିଗମ ଅଧିନ ପରିଚାଳିତ ଶୁକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣିରୁ ଗୁହାଳଡିହି ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳପଥ ନିର୍ମାଣକୁ ବିରୋଧ କରି କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ସୋମବାର ୨୪ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ପାଳନ ପରିପ୍ରେକ୍ଷୀରେ ଶୁକ୍ରବାର ଟ୍ରକ ମାଲିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା କରିଛନ୍ତି। ବରିଷ୍ଠ ସଦସ୍ୟ ଦେବୁ ପଟ୍ଟନାୟକଙ୍କ ନେତୃତ୍ୱରେ ଦିଲ୍ଲୀପ କୁମାର ପଣ୍ଡା, ଦିପ୍ତୀକାନ୍ତ ପଟ୍ଟନାୟକ, ସୁଶୀପ ସାହୁ ଓ ଆଶୁତୋଷ ମହାନ୍ତି ପ୍ରଥମେ ଆରକ୍ଷୀ ଅଧିକ୍ଷକ ଓ ପରେ ଜିଲାପାଳଙ୍କୁ ଭେଟି ଉପରୋକ୍ତ ପ୍ରସ୍ତାବିତ ରେଳପଥ ନିର୍ମାଣ ହେଲେ ଜିଲାର ହଜାର ହଜାର ଟ୍ରକ ମାଲିକ କାମଧନ୍ଦା ହରାଇ ସେମାନଙ୍କ ଜୀବିକା ହରାଇବେ ବୋଲି କହିଥିଲେ। ଏପରିକି ପ୍ରସ୍ତାବିତ ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ ଜିଲାର ୧୦ହଜାର ଟ୍ରକମାଲିକ ସେମାନଙ୍କ ଜୀବୀକା ହରାଇ ଆତ୍ମହତ୍ୟା କରିବା ପରିସ୍ଥିତି ଉପୁଜିଥିବା ବେଳେ ଏଥିଯୋଗୁଁ ସିଧାସଳଖ ଭାବେ ଜିଲାର ୩ଲକ୍ଷ ପରିବାର ପ୍ରଭାବିତ ହେବାକୁ ଥିବାରୁ ସରକାର ତୁରନ୍ତ ଏହି ପ୍ରକଳ୍ପରୁ ଓହରିଯିବାକୁ ବରିଷ୍ଠ ଟ୍ରକ ମାଲିକ ଦେବୁ ପଟ୍ଟନାୟକ ଆଲୋଚନା ସମୟରେ ଏହି ଅନୁରୋଧ କରିଛନ୍ତି।

ଏଥିସହ ପାଇପଲାଇନ ଯୋଗେ ଖଣିଜସମ୍ପଦ ପରିବହନ ଯୋଗୁଁ ମଧ୍ୟ ଟ୍ରକ ଯୋଗେ ଖଣିଜସମ୍ପଦ ପରିବହନ ହ୍ରାସ ପାଇବା କାରଣରୁ ବହୁ ଟ୍ରକମାଲିକ ପରିବହନ କରିପାରି ମାସିକ ଲକ୍ଷ ଲକ୍ଷ ଟଙ୍କାର ଆର୍ଥୀକ କ୍ଷତି ସହି ଆର୍ଥୀକ ଦୁର୍ଦ୍ଦିନରେ ଗତି କରୁଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିଭଳି ଜିଲାରୁ ସଡକପଥରେ ଟ୍ରକ ଯୋଗେ ପାରାଦ୍ୱୀପ ଓ ଧାମରାକୁ ପରିବହନ ହେଉଥିବା ବେଳେ ସେହି ଅଞ୍ଚଳର ସ୍ଥାନୀୟ ଟ୍ରକ ମାଲିକ ଓଭରଟେକିଂ କରି ମାଲ ଖାଲି କରୁଥିବାରୁ କେନ୍ଦୁଝର ଜିଲାର ଟ୍ରକ ଖାଲି କରିନପାରି ଦିନ ଦିନ ଧରି ରାଜରାସ୍ତାରେ ଅଟକି ରହୁଥିବା ଘଟଣାରେ ଜିଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଟ୍ରକ ମାଲିକ ସଂଘର ପ୍ରତିନିଧି ଜିଲାପାଳ ଓ ଏସ୍‌‌.ପି.ଙ୍କୁ ସାକ୍ଷାତ ଆଲୋଚନା ସମୟରେ ଏହି ଅନୁରୋଧ କରିଛନ୍ତି। ତେବେ ପ୍ରସ୍ତାବିତ ରେଳ ପଥ ନିର୍ମାଣ ସମ୍ପର୍କରେ ରେଳ ବିଭାଗକୁ ଜିଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିବା ବେଳେ ପାଇପଲାଇନ ଓ ଓଭରଟେକିଂ ସମ୍ପର୍କରେ ପ୍ରଶାସନ ପକ୍ଷରୁ ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ କରାଯିବା ନେଇ ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ନେଇ ଟ୍ରକ ମାଲିକ ଦେବୁ ପଟ୍ଟନାୟକ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories